ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ସାରା ବିଶ୍ୱର ବୈଜ୍ଞାନିକମାନେ କରୋନା ଭାଇରସକୁ ରୋକିବା ନେଇ ପ୍ରୟାସ ଜାରି ରଖିଛନ୍ତିି ।କିନ୍ତୁ ଏ ପର୍ଯ୍ୟନ୍ତ ଭାଇରସ କୁ ରୋକିବା ପାଇଁ ସେଭଳି କୈାଣସି ଭାକସିନ ବାହାରି ପାରିନାହିଁ । ତେବେ ଏହାରି ଭିତରେ ଭାରତୀୟ ବୈଜ୍ଞାନିକ ଏମିତି ଏକ ମେଡିସିନର ମିଶ୍ରଣ ପ୍ରସ୍ତୁତ କରୁଛନ୍ତି ଯାହାକି ନୋଭେଲ କରୋନା ଭାଇରସକୁ ରୋକିବାରେ ସଫଳ ହୋଇପାରେ ।
ତାମିଲନାଡୁର ଅଲଗପ୍ପା ବିଶ୍ବବିଦ୍ୟାଳୟ ଏବଂ ସ୍ବିଡେନ୍ KTH ରୟାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକନୋଲୋଜିର ଅନୁସନ୍ଧାନକାରୀ ଟିମ୍ ଏପରି ଏକ ମେଡିସିନର ଏବଂ ମିଶ୍ରଣ ସୂଚୀ ପ୍ରଦାନ କରିଛନ୍ତି ଯେଉଁଥିରେ ସଂକ୍ରମଣ ରୋକିବା ଦିଗରେ ଯାଞ୍ଚ କରାଯିବାର ଆବଶ୍ୟକତା ରହିଛି ।
ଭାରତୀୟ ବୈଜ୍ଞାନିକ ବୈଭବ ଶ୍ରୀବାସ୍ତବ ଏବଂ ଅରୁଣ ମୁରୁଗାନ କହିଛନ୍ତି ଯେ, ଏହି ମେଡିସିନ ଜୀବାଣୁଙ୍କର ମ୍ୟୁଟେସନ୍ ଚାରିପାଖରେ କାମ କରିବାରେ ସାହାଯ୍ୟ କରିବ । ଏବଂ ସେ ଏହା ମଧ୍ୟ କହିଛନ୍ତି ଭାଇରସ ଦୃତ ଗତିରେ ପରିବର୍ତ୍ତନ ହେଉଛନ୍ତି ଏବଂ ଦିନକୁ ଦିନ ଆମ ଶରୀରରେ ଥିବା ପ୍ରୋଟିନ ଉପରେ ଏହା ପ୍ରଭାବ ପଡୁଛି ।
ତେବେ ଯଦି ଆମ ପାଖକୁ ଏପରି ଏକ ମେଡିସିନ୍ ଆସିଯା ଯେଉଁଥିରେ ଆମ ଶରୀରର ପ୍ରୋଟିନକୁ ମଜବୁତ କରିବା ସହିତ ଭାଇରସର ପ୍ରୋଟିନକୁ ଦୁର୍ବଳ କରିବାରେ ସମର୍ଥ ହୁଏ ତେବେ ଏହା ଏକ ବଡ ଉପଲବ୍ଧି ହେବ