କେନ୍ଦ୍ରପଡା (ଏଟିଆର ବ୍ୟୁରୋ): ପୁଣି ଏକ ସଡକ ଦୁର୍ଘଟଣା । ବୋଲେରୋକୁ ଧକ୍କା ଦେଲା କାର୍ । ଫଳରେ ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଘଟଣାଟି କେନ୍ଦ୍ରପଡା ସଦର ଥାନା ଜଣ୍ଟିଲୋ ଛକ ଠାରେ ଘଟିଛି ।
ଆଜି ସକାଳ ପ୍ରାୟ ୮ଟା ବେଳେ ଘନ କୁହୁଡି ଥିବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି । ଏକ ଇଣ୍ଡିଗୋ କାର୍ ଟି ଶ୍ରୀକ୍ଷେତ୍ର ପୁରୀରୁ ଯାତ୍ରୀଙ୍କୁ ନେଇ ମାର୍ଶାଘାଇ ଫେରୁଥିବା ବେଳେ ଜଣ୍ଟିଲୋଠାରେ ଏକ ବୋଲେରୋକୁ ଧକ୍କା ଦେଇଥିଲା । ଘଟଣାରେ କାର୍ ରେ ଥିବା ଚାରି ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା କରିବା ଲାଗି କେନ୍ଦ୍ରପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।