ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ପଦାରେ ପଡିଲା ରାଜ୍ୟ ସରକାରଙ୍କ ଦୋମୁହାଁ ନୀତି । ତରବରିଆ ଭାବେ ଟଙ୍କା ବାଣ୍ଟିଲେ । ଯାହାକୁ ପାରିଲେ ତାକୁ ଦେଲେ । ଏବେ କହୁଛନ୍ତି ନେଇ ଗଲେ ନେଇ ଗଲେ । ଏକଥା ଆମେ କହୁନୁ ଆଜ୍ଞା । କୃଷିମନ୍ତ୍ରୀ ଅରୁଣ ସାହୁ କାଳିଆ ଟଙ୍କା ବଣ୍ଟା କଥା ଖୁଲାସା କରିବା ପରେ ଏମିତି କଛି କଥା ଶୁଣିବାକୁ ମିଳୁଛି । ଆଜି କୃଷିମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି କାଳିଆ ଯୋଜନା ରେ ମୋଟ ୩ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ ରହିଛନ୍ତି ।
ଯେଉଁ ମାନଙ୍କ ମଧ୍ୟରେ ରହିଛନ୍ତି ୯ ହଜାର ନାବାଳକ ନାବାଳିକା , ୨୦ ହଜାର ସରକାରୀ ଚାକିରିଆ , ୧୨ ହଜାର ବଡ ଚାଷୀ, ୩ଲକ୍ଷ ଅଯୋଗ୍ୟ ହିତାଧିକାରୀ । ମନ୍ତ୍ରୀଙ୍କ ଏହି ଖୁଲାସା ପରେ ବିରୋଧୀ ଏବେ ତାତିଛନ୍ତି । ସୂଚନାଯୋଗ୍ୟ ନିର୍ବାଚନ ବେଳେ କାଳିଆ ଟଙ୍କା ବାଣ୍ଟିବାକୁ ନେଇ ସରକାର ବିରୋଧୀଙ୍କ ମଧ୍ୟରେ ଟକରା ଟକରି ଦେଖିବାକୁ ମିଳିଥିଲା । ସେତେବେଳ ବିରୋଧୀ ଅଭିଯୋଗ କରିଥିଲେ ୨୦୧୯ ନିର୍ବାଚନକୁ ଆଖିରେ ରଖି ଭୋଟ ପାଇବା ଆଶାରେ ରାଜ୍ୟ ସରକାର ଟଙ୍କା ବାଣ୍ଟୁଛନ୍ତି । କାଳିଆ ଟଙ୍କା ଦେବା ପାଇଁ କେତେ ଜଣ ଚାଷୀ ମାନଙ୍କୁ ଚିହ୍ନଟ କରାଯାଇଛି ବୋଲି ପ୍ରଶ୍ନ ମଧ୍ୟ କରିଥିଲେ ।
ରାଜ୍ୟ ସରକାର ମୋଟ ୫୧ ଲକ୍ଷ ଲୋକଙ୍କୁ କାଳିଆ ଟଙ୍କା ଦେଇଥିଲେ ।ଏବେ ପୁଣି ୩ ଲକ୍ଷ ଅଯୋଗ୍ୟ ହିତାଧୀକାରି ଆସିଲେ କେଉଁଠୁ ବୋଲି ବିରୋଧୀ ଏବେ ପ୍ରଶ୍ନ କରିବା ଆରମ୍ଭ କଲେଣି । ରାଜ୍ୟ ସରକାର ଓଡିଶା ଲୋକଙ୍କୁ ଭୁଆଁ ବୁଲାଉଥିବା ବିରୋଧୀ ଅଭିଯୋଗ କରୁଛନ୍ତି । କ’ଣ ପାଇଁ ପ୍ରକୃତ ହିତାଧିକାରୀ ଚିହ୍ନଟ କରାନଯାଇ ଟଙ୍କା ଦିଆଗଲା । ଯଦି ଦିଆଗଲା ସେ ଟଙ୍କା କ’ଣ ଏବେ ଲୋକେ ଧରିକି ବସିଛନ୍ତି ଫେରାଇବାକୁ । ସେ ଯାହା ହେଉ ଏବେ ଦେଖିବାକୁ ବାକି ରହିଲା ରାଜ୍ୟ ସରକାର କିଭଳି ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ଟଙ୍କା ଆଦାୟ କରୁଛନ୍ତି ।