ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ଲୋକସେବା ଭବନରେ ଉଦଘାଟିତ ହୋଇଯାଇଛି ବିଶ୍ୱସ୍ତରୀୟ ସମ୍ମିଳନୀ କକ୍ଷ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କକ୍ଷର ଉଦଘାଟନ କରିଛନ୍ତି । ଏହି ବିଶ୍ୱସ୍ତରୀୟ ସମ୍ମିଳନୀ କକ୍ଷକୁ ୪୦କୋଟି ଟଙ୍କା ବିନିମୟରେ ନିର୍ମାଣ କରାଯାଇଛି । ଏଠାରେ ଓଡିଶାର ସମସ୍ତ ସ୍ଥାପତ୍ୟ କଳା ସଂସ୍କୃତି, ଐତିହର କାରୁକାର୍ଯ୍ୟ ଦେଖିବାକୁ ମିଳିବ । ଏହାଛଡା କାନ୍ଥରେ ଭିଡିଓ ଦେଖିବା ନିମନ୍ତେ ଏଲଇଡିର ବ୍ୟବସ୍ଥା କରାଯାଇଛି । ଏଠାରେ ଅତ୍ୟାଧୁନିକ ଲାଇବ୍ରେରି ଓ ଫୁଡ ପ୍ଲାଜାରେ ନିର୍ମାଣ କରାଯାଇଛି ଯେଉଁଠି ଥରକରେ ୧୦୦ଜଣ ବସିବା ଭଳି ସୁବିଧା ରହିଛି ।
ଏହି କକ୍ଷରେ ଇକୋ ଫ୍ରେଣ୍ଡଲି ସହ ସୌରଶକ୍ତି ଦ୍ୱାରା ପରିଚାଳିତ ହେବା ସହ ଜଳ ସଂରକ୍ଷଣର ବ୍ୟବସ୍ଥା କରାଯାଇଛି । ରାଜ୍ୟ ସରକାରଙ୍କର ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଅଡିଟୋରିୟମର ଅଭାବ ବଡୁଥିବାରୁ ଓ ଲୋକସଭା ସମ୍ମିଳନୀ କକ୍ଷର ଅଭାବ ରହୁଥିବାରୁ ଏହି କନଭେନସନ ହଲ ନିର୍ମାଣ କରାଯାଇଛି । ପଞ୍ଚାୟତିରାଜି ବିଭାଗ ପଛପାଶ୍ୱର୍ର ୫୧୮୦ ବର୍ଗମିଟରରେ ଏହି ହଲର ନିର୍ମାଣ କରାଯାଇଛି । ଏହି ହଲଟି ଦୁଇ ମହଲା ହୋଇଥିବା ବେଳେ ତଳ ମହଲା ଲବିରେ ବସିବା ନିମନ୍ତେ ୩୯୦ଟି ସିଟ ରହିଛି ।
ମିଳିଥିବା ସୂଚନା ଅନୁଯାୟୀ, ଏହି ସମ୍ମୀଳନି କକ୍ଷରେ ସରକାର ନିଜର ସମସ୍ତ ସରକାରୀ କାର୍ଯ୍ୟକ୍ରମ ସମ୍ପାଦନ କରିଥିବେ । ତଳ ମହଲାରେ ଗୋଟିଏ ୮୦ରୁ ୯୦ ସିଟ୍ ବିଶିଷ୍ଟ ବକ୍ବେଟ୍ ହଲ୍ ରହିଛି। ଗୋଟିଏ ୬୦ଜଣ ବସିବା ଭଳି ଲବି ଏବଂ ସ୍ଵତନ୍ତ୍ର ଭିଆଇପି ଲାଉଞ୍ଜ୍ ରହିଛି। ଏଠାରେ ଗୋଟିଏ ଭିଆଇପି ରୁମ୍, ଦୁଇଟି ଗ୍ରିନ୍ ରୁମ୍, ଗୋଟିଏ ଲେଖାଏ ରେକର୍ଡ ରୁମ୍, କଣ୍ଟ୍ରୋଲ ରୁମ୍, ମେଡିକାଲ ରୁମ୍ ଏବଂ କାର୍ଯ୍ୟ।ଳୟ ପାଇଁ ସ୍ଵତନ୍ତ୍ର ସ୍ଥାନ ରହିଛି।