ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଦେଶରେ କରୋନା ମହାମାରୀ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମଣ ମାମଲା ବୃଦ୍ଧି ଘଟୁଥିବାରୁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ ଭାରତରେ ବ୍ୟବସାୟିକ ଅନ୍ତରାଷ୍ଟ୍ରୀୟ ବିମାନ ଚଳାଚଳ ଉପରେ ରୋକ ଲଗାଯାଇଛି । ଆନ୍ତର୍ଜାତିକବିମାନ ଚଳାଚଳ ଉପରେ ଡ଼ିସେମ୍ଭର ୩୧ ତାରିଖ ଯାଏଁ ରୋକ ଲଗାଯାଇଛି ।
ବନ୍ଦେ ଭାରତ ମିଶନ ଅନ୍ତର୍ଗତ ଖାସ ବିମାନ ଚଳାଚଳ ଜାରି ରହିବ ।ଚଳିତ ବର୍ଷ ମାର୍ଚ୍ଚ ୨୩ ତାରିଖରୁ ଅନ୍ତରାଷ୍ଟ୍ରୀୟ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲାଗିଛି ।ମେ’ ୨୫ ତାରିଖରୁ ଘରୋଇ ବିମାନ ସେବା ଆରମ୍ଭ ହୋଇଥିଲା।ବନ୍ଦେ ଭାରତ ମିଶନମେ ୭ ତାରିଖରୁଆରମ୍ଭ ହେବାପରେ ଅକ୍ଟୋବର ୨୯ ସୁଦ୍ଧା ୨୦ ଲକ୍ଷରୁ ଅଧିକ ଭାରତୀୟ ଅନ୍ୟ ଦେଶମାନଙ୍କୁ ଫେରିଛନ୍ତି ।
୧ ଅକ୍ଟୋବରରୁ ଆରମ୍ଭ ହୋଇଥିବା ମିଶନର ସପ୍ତମ ପର୍ୟ୍ୟାୟ ଅନ୍ତର୍ଗତ ଚଳିତ ମାସ ଶେଷ ସୁଦ୍ଧା ୨୪ଟି ଦେଶରୁ ୧୦୫୭ଟି ଅନ୍ତରାଷ୍ଟ୍ରୀୟ ବିମାନ ସଞ୍ଚାଳନ କରାଯାଇଛି। ଏହି ମିଶନ ଅନୁସାରେ ୧.୯୫ ଲକ୍ଷ ଲୋକଙ୍କୁ ଭାରତକୁ ଆସିଥିବା ଅନୁମାନ କରାଯାଇଛି।