ପୁରୀ (ଏଟିଆର ବ୍ୟୁରୋ); ଆଜି ସମସ୍ତଙ୍କ ମୁହଁରେ ଗୋଟିଏ କଥା ‘ଜୟ ଜଗନ୍ନାଥ‘ । ସମସ୍ତେ ପବିତ୍ର ରଥଯାତ୍ରା ଅବସରରେ ବିଭିନ୍ନ ଉପାୟରେ ଶୁଭେଛା ଜଣାଉଛନ୍ତି । ତେବେ ଏହି ରଥଯାତ୍ରା ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ସମୁଦ୍ର କୂଳରେ ବାଲିରେ ରଥ ତିଆରି କରିଛନ୍ତି । ଯାହାକୁ ଦେଖିବା ପାଇଁ ଭକ୍ତଙ୍କ ଭିଡ ଲାଗିଛି । ସକାଳଠାରୁ ଯେଉଁ ଭକ୍ତ ସମୁଦ୍ର କୂଳକୁ ଯାଉଛନ୍ତି ସେ ସୁଦର୍ଶନଙ୍କ ବାଲିରଥକୁ ପ୍ରଂଶସା କରିଛନ୍ତି । ନିଜର ସୋସିଆଲ ମିଡିଆ ଟ୍ୱିଟର ପେଜରେ ମଧ୍ୟ ଏହି ବାଲୁକା କଳାର ଫଟୋ ପୋଷ୍ଟ କରିଛନ୍ତି ସୁଦର୍ଶନ ।
ସୁଦର୍ଶନଙ୍କ ଟ୍ୱିଟରେ ଲୋକମାନେ ଜଗ ଜଗନ୍ନାଥ ବୋଲି ରିପ୍ଳେ ଦେଉଛନ୍ତି । ଗତକାଲି ରାତିରେ ସୁଦର୍ଶନ ଏହି ରଥ ପ୍ରସ୍ତୁତ କରିଛନ୍ତି । ତେବେ ଆଜି ସକାଳୁ ଯିଏ ବି ଏହି ରଥକୁ ଦେଖୁଝି ତାର ଆଖି ଲାଖିଯାଉଛି ।