ଭୁବନେଶ୍ୱର(ଏଟିଆର ବ୍ୟୁରୋ):ମହିଳାଙ୍କୁ ସମ୍ମାନ ଜଣାଇବା ପ୍ରତିବର୍ଷ ମାର୍ଚ୍ଚ ମାସ ୮ତାରିଖକୁ ଆନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଏ୍ୱହିଳାଙ୍କ ଅଧିକାର ,ସମାଜରେ ସମାନତା ପାଇଁ ସଚେତନ ସୃଷ୍ଟି କରିବା ହିଁ ଏହି ଦିବସର ମୂଳ ଉଦ୍ଦେଶ୍ୟ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହିଳାମାଦଙ୍କୁ ଅଭିନନ୍ଦ ଜଣାଇ କହିଛନ୍ତି ମହିଳାଙ୍କ କୃତିତ୍ୱରେ ଭାରତ ଗୈାରବାନ୍ୱିତ ।
କେବଳ ଭାରତ ନୁହେଁ ବରଂ ବିଦେଶରେ ମଧ୍ୟ ମହିଳା ଦିବସ ପାଳନ କରାଯାଇଥାଏ । ୧୯୧୦ ମସିହାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରିବାରେ ପ୍ରଥମେ କଳ୍ପନା ଜର୍ମାନୀର କ୍ଲାରା ଜେଡିକିଣ୍ଟ ରଖିଥିଲେ ।ମାଗଣା ରନ୍ଧନ ଗ୍ୟାସ୍ ସିଲିଣ୍ଡର୍, ବ୍ୟାଙ୍କ୍ରେ ଜମାଖାତା ଖୋଲିବା, ଶୌଚାଳୟ ନିର୍ମାଣ କରିବା ଭଳି ତାଙ୍କ ସରକାରଙ୍କ ଯୋଜନା ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ମୋଦୀ ସବୁବେଳେ ଗୁରୁତ୍ୱାରୋପ କରିଆସୁଛନ୍ତି। ସେ କହନ୍ତି, ଏହି ସବୁ ଯୋଜନାର ମୂଳତତ୍ତ୍ୱ ହେଉଛି ମହିଳା ସଶକ୍ତିକରଣ।
୧୯୦୮ ମସିହାରେ ଜଣେ ମହିଳା ଶ୍ରମିକଙ୍କ ଆନ୍ଦୋଳନ କାରଣରୁ ମହିଳା ଦିବସ ବାଳନ ହୋଇଛି । ଏହି ଦିନ ୧୫ ହଜାର ମହିଳା ଚାକିରି ସମୟ କମାଇବା ପାଇଁ ,ଦରମା ବଢାଇବା ଓ ଅନ୍ୟ କିଛି ଅଧିକାର ଦାବି କରି ଆମେରିକାର ନ୍ୟୁୟର୍କ ସହରରେ ଆନ୍ଦୋଳନ କରିଥିଲେ ।
ଏହାପରେ ଆମେରିକାରେ ଫେବ୍ରୁଆରୀ ୨୮ ତାରିଖରେ ପ୍ରଥମ ଥର ପାଇଁ ଜାତୀୟ ମହିଳା ଦିବସ ପାଳନ କରାଗଲା । ଓବାମା କହିଛନ୍ତି ଜଣେ ମହିଳା ଯାହା କରିପାରେ ତାହାର କୈାଣସି ସୀମା ନାହିଁ । ସେହିପରି ମଦର ଟେରେସା କହିଛନ୍ତି ଜଣେ ମହିଳା ପୂରା ବିଶ୍ୱକୁ ବଦଳାଇପାରିବ ନାହିଁ । ମାତ୍ର ପାଣିକୁ ଟେକା ମାରି ପୋଖରୀରେ ଭଉଁରୀ ତ ଖେଳାଇ ପାରିବ ।