କଟକ(ଏଟିଆର ବ୍ୟୁରୋ): ନୂଆ ଡିଜିପି ଭାବେ ଦାୟିତ୍ୱ ନେଇଛନ୍ତି ଆଇପିଏସ ଅଭୟ । ଗତକିଛି ଦିନ ତଳେ ପୂର୍ବତ୍ତନ ଡିଜି ବିକେ ଶର୍ମାଙ୍କ ନାଁରେ ଅନିୟମିତତା ଅଭିଯୋଗ ଆସିବା ପରେ ରାଜ୍ୟ ସରକାର ତାଙ୍କୁ ରାତି ଅଧିଆ ପଦରୁ ହଟାଇ ଦେଇଥିଲେ । ବିକେ ଶର୍ମାଙ୍କ ଜାଗାରେ ଅଭୟଙ୍କୁ ନୂଆ ଡିଜିିପି ଭାବେ ରାଜ୍ୟ ସରକାର ନିଯୁକ୍ତି ପ୍ରଦାନ କରିଥିଲେ । ଅଭୟ ନ୍ୟାସନାଲ ପୋଲିସ ଏକାଡେମୀରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । ତେଣୁ ତାଙ୍କ ଅନୁପସ୍ଥିତିରେ ମଧ୍ୟକାଳୀନ ଡିଜିପି ଭାବେ ସତ୍ୟଜିତ ମହାନ୍ତିଙ୍କୁ ଦାୟିତ୍ୱ ଦିଆଯାଇଥିଲା ।
ଆଜି କଟକ ପୋଲିସ ମୁଖ୍ୟାଳୟରେ ଅଭୟ ପହଞ୍ଚି ବିଧିବଦ୍ଧ ଭାବେ ଦାୟୀତ୍ୱ ଗ୍ରହଣ କରିଛନ୍ତି । ୧୯୮୬ ବ୍ୟାଚର ଆଇପିଏସ ଅଫିସର ଅଭୟ ପୂର୍ବରୁ ନାର୍କୋଟିକ୍ସ ବିଭାଗରେ ମହା ନିର୍ଦ୍ଦେଶକ ଓ ସିବିଆଇରେ ୭ବର୍ଷ କାର୍ଯ୍ୟ କରିସାରିଛନ୍ତି । ଏହା ଛଡା ସେ ସିଆରପିଏଫର ଏଡିଜି ଓ ସିବିଆଇ ଏକାଡେମୀର ନିର୍ଦ୍ଦେଶକ ଭାବେ ମଧ୍ୟ ଅବସ୍ଥାପିତ ଥିଲେ ।