ଭୁବନେଶ୍ୱର ( ଏଟିଆର ବ୍ୟୁରୋ):ଯାହାତ ଫାଙ୍କୁଥିଲ ଫାଙ୍କୁଥିଲ । ଗଳି କନ୍ଦି ଦେଖି ଖସି ବି ଯାଉଥିଲ । କେଶ ଖରାପ ହେବ ବୋଲି ହେଲମେଣ୍ଟ ପିନ୍ଧୁ ନଥିଲ । ଆଉ ଚଳିବନି । ଭୁବନେଶ୍ୱର କମିଶନରେଟକୁ ଆସୁଛନ୍ତି ଲେଡି ସିଙ୍ଘମ । ଯାହାଙ୍କ ନଜରରେ ରହିବ ରାଜଧାନୀ ଟ୍ରାଫିକ । ଏଣକି ରାଜଧାନୀରେ ଗାଡି ଚଳାଇବା ପୂର୍ବରୁ ହୁଅନ୍ତୁ ସାବଧାନ । ନିୟମ ନ ମାନିଲେ ପଡିବେ ଅଡୁଆରେ । କାରଣ ଭୁବନେଶ୍ୱର ଟ୍ରାଫିକ ଡିସିପି ହେବେ ଆଇପିଏସ ସାଗରିକା ନାଥ ।
କୋରାପୁଟ ଏସଡିପିଓ ଭାବେ କାର୍ଯ୍ୟ କରୁଥିବା ସାଗରିକା ଖୁବ ଶିଘ୍ର ଭୁବନେଶ୍ୱର ଟ୍ରାଫିକ ଡିସିପି ଭାବେ ଯୋଗ ଦେବେ । ସୂଚନାଯୋଗ୍ୟ କୋରାପୁଟରେ ଏସଡିପିଓ ସାଗିରକାଙ୍କ କାର୍ଯ୍ୟକୁ ନେଇ ସେ ସାରା ରାଜ୍ୟରେ ପରିଚିତ । ବିଶେଷ କରି ଟ୍ରାଫିକ ନିୟନ୍ତ୍ରଣ ଓ ଟ୍ରାଫିକ ନିୟମ ପ୍ରତି କିଭଳି ଲୋକମାନେ ସଚେତନ ହେବେ ସେ ନେଇ ସାଗରିକାଙ୍କ କାର୍ଯ୍ୟ ଉଲ୍ଲେଖନୀୟ ।
କେବଳ ଟ୍ରାଫିକ ନୁହେଁ ଅପରାଧିଙ୍କୁ ମଧ୍ୟ ନାକେଦମ କରିଛନ୍ତି ସାଗରିକା । ସେ ଦୁଇ ମାସର କାର୍ଯ୍ୟକାଳ ଭିତରେ ଗଞ୍ଜେଇ , ମଦ ମାଫିଆ ଓ ବଡବଡ ଅପରାଧିଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ । ସେହିଭଳି ଜିଲ୍ଲାରେ ଆଣ୍ଟି ରୋମିଓ ସ୍କାର୍ଡ ଗଠନ କରି ମଧ୍ୟ ଅସାମାଜିକ ଯୁବକ ମାନଙ୍କୁ ଧରିବାରେ ସଫଳ ହୋଇଥିଲେ ।