କେନ୍ଦୁଝର (ଏଟିଆର ବ୍ୟୁରୋ); ଖେଳ ହେଲା କାଳ । ଦାଣ୍ଡରେ ଲୁହା ରଡରେ ଖେଳୁଥିବା ବେଳେ ନାବାଳକଙ୍କ ପେଟରେ ପଶିଗଲା ଲୁହା ରଡ । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଏଭଳି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଡିମ୍ବଗାଁରେ । ଗାଁର ଚନ୍ଦନ ନାମକ ବାଳକର ଛାତିରେ ପଶି ଯାଇଛି ଲୁହା ରଡ । ତାଙ୍କୁ ପ୍ରଥମେ ପରିବାର ଲୋକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଏବଂ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଏବେ ଚନ୍ଦନ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।
ସୂଚନା ଅନୁଯାୟୀ ରବିବାର ନନ୍ଦ କିଶୋରଙ୍କ ବଡ ପୁଅ ଚନ୍ଦନ ଲୁହା ୪-୫ ଫୁଟର ରଡକୁ ଧରି ଖେଳୁଥିଲା । ଖେଳୁ ଖେଳୁ ତଲେ ପଡିଯାଇଥିଲା ଚନ୍ଦନ । ପ୍ରଥମେ ରଡଟି ତଳେ ପଡିଯାଇଥିଲା । ଏବଂ ଏହି ରଡ ଉପରେ ଚନ୍ଦନ ପଡିବାକରୁ ତାଙ୍କ ଛାତିରେ ଲୁହା ରଡଟି ଗଳି ଯାଇଥିଲା । ଫଳରେ ସେ ପାଟି କରି କାନ୍ଦିଥିଲେ । କାନ୍ଦ ଶୁଣି ପରିବାର ଲୋକ ଆସି ଚନ୍ଦନକୁ ଉଦ୍ଧାର କରି ମେହିକାଲକୁ ନେଇ ଯାଇଥଲେ ।