ଭୁବନେଶ୍ୱର(ଏଟିଆର ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କୁ ଚିଠି ଳେଖିଲେ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ।ରାଇରକେଲାରେ ଆଇଜିଏଚ ହସ୍ପିଟାଲକୁ ମେଡିକାଲ କଲେଜ କରିବା ନେଇ ଚିଠି ଲେଖିଛନ୍ତି । ଆଇଜିଏଚକୁ ମେଡିକାଲ କଲେଜ କରାନଯିବା ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଆଇଜିଏଚକୁ ମେଡିକାଲ କରିବା ପାଇଁ ୨୦୧୫ ଏପ୍ରିଲ ୨ ରେ ଘୋଷଣା କରିଥିଲେ । ୬ବର୍ଷ ହୋଇଗଲାଣି କିନ୍ତୁ ଆଇଜିଏଚକୁ ମେଡିକାଲ କଲେଜରେ ପରିଶତ କରାଗଲାନି । ଏକ ସୁପର ସ୍ପେସିଆଲଷ୍ଟ କଲେଜ କରିବେ ବୋଲି ଘୋଷଣା କରାଯାଇଥିଲା । ଆଇଜିଏଚ୍ଗ୍ଦଭ ୨୦୦ଶଯ୍ୟା ବିଶିଷ୍ଟ ସୁପର ସ୍ପେସିଆଲିଟି ହସ୍ପିଟାଲରେ ପରିଣତ କରାଯାଇଛି ।
ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଏହାକୁ ଅବହେଳା କରିଛନ୍ତି । ଆଇଜିଏଚକୁ ମେଡିକାଲ କଲେଜ କରାଯାଇଥିଲେ ଅଞ୍ଚଳବାସୀ ଉପକୃତ ହୋଇପାରନ୍ତେ ।ବ୍ୟକ୍ତିଗତ ହସ୍ତକ୍ଷେପ କରି ଦାବି ପୁରଣ ହେବା ଆଶା ରହିଛି ବୋଲି ଖଣି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ କହିଛନ୍ତି ।