ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସ.ଏ.ବୋବଡେ ଆସନ୍ତା ମାସରେ ଅବସର ନେବେ । ଏହାପୂର୍ବରୁ ସୁପ୍ରିମକୋର୍ଟର ପରବର୍ତ୍ତୀ ବିଚାରପତି ନିଯୁକ୍ତି ଦେବାପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏନେଇ ଜଷ୍ଟିସ୍ ବୋବଡେଙ୍କ ପାଖକୁ ଏକ ଚିଠି ଲେଖିଛନ୍ତି। ବୋବଡେ ତାଙ୍କ ପରବର୍ତ୍ତୀ ଉତ୍ତରାଧିକାରୀଙ୍କ ନାମ ସୁପାରିସ କରିବାପାଇଁ ଏଥିରେ କୁହାଯାଇଛି।
ଜଷ୍ଟିସ ବୋବ୍ଡେଙ୍କ ପାଖକୁ ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ଚିଠିଲେଖି ପରବର୍ତ୍ତୀ ସିଜେଇଆଇଙ୍କ ନାମ ସୁପାରିସ କରିଥିବା ଜଣାପଡିଛି । ସାଧାରଣତଃ ସିଜେଆଇ ପଦବୀରେ ସୁପ୍ରିମକୋର୍ଟର ବରିଷ୍ଠତମ ବିଚାରପତିଙ୍କୁ ନିଯୁକ୍ତି ଦିଆଯାଇଥାଏ । ସର୍ବୋଚ୍ଚ ନ୍ୟାୟାଳୟରେ ନିଯୁକ୍ତି ପାଇଁ ସରକାରଙ୍କର ଯେଉଁ ନିଯୁକ୍ତି ପ୍ରକ୍ରିୟା ରହିଛି ତାହା ଅନୁଯାୟୀ, ସୁପ୍ରିମକୋର୍ଟର ବରିଷ୍ଠତମ ବିଚାରପତି ପ୍ରଧାନ ବିଚାରପତି ନିଯୁକ୍ତ ହେବେ। ତେବେ ଏହି ପଦରେ ରହିବାପାଇଁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ମଧ୍ୟ ସମ୍ପୂର୍ଣ୍ଣ ଠିକ୍ ଥିବା ସରକାର।
ପରବର୍ତ୍ତୀ ସିଜେଆଇ ନିଯୁକ୍ତି ହେବା ପରେ ଜଷ୍ଟିସ ବୋବେଡଙ୍କ ସୁପାରିସ ପାଇବା ପରେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇବେ । ପ୍ରଧାନମନ୍ତ୍ରୀ ସିଜେଆଇ ନିଯୁକ୍ତି ସମ୍ପର୍କରେ ରାଷ୍ଟ୍ରପତିଙ୍କୁ ପରାମର୍ଶ ଦେବେ । ପ୍ରଧାନ ବିଚାରପତି ଏସ୍ ଏ ବୋବଡେଙ୍କ ପରେ ବର୍ତ୍ତମାନ ସୁପ୍ରିମକୋର୍ଟର ଅନ୍ୟତମ ବରିଷ୍ଠତମ ବିଚାରପତି ହେଉଛନ୍ତି ଜଷ୍ଟିସ୍ ଏନ୍ଭି ରମଣା। ତାଙ୍କ କାର୍ୟ୍ୟକାଳ ଅଗଷ୍ଟ ୨୬,୨୦୨୨ ପର୍ୟ୍ୟନ୍ତ ଅଛି।