ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାନୀଙ୍କ ଫେସବୁକ ଆକାଉଣ୍ଟ ହ୍ୟାକ ହେବ ପରଠାରୁ ରାନୀଙ୍କ ପାଖକୁ ଆସୁଛି ହଜାର ହଜାର କଲ । କେହି ଟଙ୍କା ଦେଇ ରାତି ବିତାଇବା ପାଇଁ ଅଫର କରୁଛି ତ ଆଉ କେହି ଧମକ ଦେଉଥିବା ଅଭିଯୋଗ କରିଛନ୍ତି ରାନୀ । ଏହି ସବୁ କଲ ପାଇଁ ସେ ବହୁ ଚିନ୍ତାରେ ରହିଛନ୍ତି । ଆଗକୁ ତାଙ୍କୁ ବହୁତ ଅସୁବିଧା ହେବାକୁ ପଡିବ । ଏଣୁ ସେ ପୋଲିସକୁ ସୁରକ୍ଷା ମାଗିଛନ୍ତି । ଫେସବୁକ ଆକାଉଣ୍ଟ ହ୍ୟାକ ହେବା ପରଠାରୁ ନିୟମିତ ଭାବରେ ତାଙ୍କ ପାଖକୁ ଏଭଳି ଘନ ଘନ ଅଶ୍ଳିଳ ମ୍ୟାସେଜ ଏବଂ ଧମକ ପୂର୍ଣ୍ଣ କଲ ଆସୁଛି । କେହି ତାଙ୍କୁ ଫସାଇବା ପାଇଁ ଚକ୍ରାନ୍ତ କରିଛି ବୋଲି ମଧ୍ୟ ଅଭିଯୋଗ କରିଛନ୍ତି ରାନୀ । ଆଜି ଏକ ସାମ୍ବାଦିକ ସମିଳନୀ କରି ରାନୀ ଏଭଳି ସୂଚନା ଦେଇଛନ୍ତି ।
ସୂଚନା ଯୋଗ୍ୟ, ଖଣ୍ଡଗିରି ଯାତ୍ରା ମଞ୍ଚଳରେ ବ୍ଳାଉଜ ଖୋଲି ନାଚିବା ଏବଂ ଦର୍ଶକଙ୍କ କାନ କାମୁଡିବାକୁ ନେଇ ଲୋକ ଲୋଚନକୁ ଆସିଥିଲେ ରାନୀ ପଣ୍ଡା । ଏହି ଘଟଣା ଘଟିବା ପରଠାରୁ ସେ ନିୟମିତ ଗଣମାଧ୍ୟମ ଆଗରେ ଦେଖା ଦେଉଛନ୍ତି । ଆଇଟମ ଗାର୍ଲ ରାନୀଙ୍କୁ କେହି ସମର୍ଥନ କରୁଥିବା ବେଳେ ଆଉ କିଛି ତାଙ୍କୁ କଡା ସମାଲୋଚନା ମଧ୍ୟ କରୁଛନ୍ତି । ତେବେ ଯାହାବି ହେଉ ଏତେ ସବୁ ଚର୍ଚ୍ଚା ପାଇଁ ସେ ଆଜି ଘରେ ଘରେ ପରିଚିତ ହୋଇଛନ୍ତି ପୋଲି ମଧ୍ୟ ପୂର୍ବରୁ ପ୍ରକାଶ କରିଛନ୍ତି ।
ପୂର୍ବରୁ ରାନୀଙ୍କ ଫେସବୁକ ଆଇଡି ଥିଲା ରାନୀ ଆକ୍ଟ୍ରେସ ଥିଲା । କିନ୍ତୁ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଶଣ କରି ଚର୍ଚ୍ଚା ଘେରକୁ ଆସିବା ପରେ ଏହି ଆକାଉଣ୍ଟକୁ କେହି ହ୍ୟାକ କରି ସାଗରିକା ମହାନ୍ତି (ଜ୍ୟୋତି) ରଖିଥିଲା । ଏହି ଆକାଉଣ୍ଟରେ ରାନୀଙ୍କ ନମ୍ବର ଦେବା ସହିତ ‘କଲ ଫର ସେକ୍ସ’ ଲେଖାଥିଲା । ଏବଂ ଏହି ଆକାଉଣ୍ଟରେ ରାନୀଙ୍କ ଫଟୋକୁ ଏଡିଟି କରି ପର୍ଣ୍ଣଷ୍ଟାରଙ୍କ ଦେହରେ ରାନୀଙ୍କ ମୁଣ୍ଡ ଲଗାଯାଇଥିଲା । ଏଣୁ ତାଙ୍କ ପାଖକୁ ବହୁ ଧମକପୂର୍ଣ୍ଣ କଲ ଏବଂ ରାତି ବିତାଇବା ପାଇଁ ଫୋନ ଆସୁଛି । ଯାହାଦ୍ୱାରା ସେ ବହୁତ ଅସୁବିଧାର ସମୁଖୀନ ହୋଇଛନ୍ତି । ଯଦିଓ ଏବେ ଫେସବୁକ ଆକାଉଣ୍ଟରୁ ଫଟୋ ଏବଂ ନମ୍ବର ଡିଲେଟ କରାଯାଇଛି ତଥାପି ତାଙ୍କ ପାଖକୁ ବହୁ କଲ ଆସୁଛି ଏବଂ ଏଥିରେ ଧମକ ଦିଆଯାଉଛି । ,ଣୁ ତାଙ୍କୁ ସୁରକ୍ଷା ଦରକାର ବୋଲି ପୋଲିସକୁ ଗୁହାରି କରିଛନ୍ତି ।