ବେଜିଂ(ଏଟିଆର ବ୍ୟୁରୋ):ଆଲିବାବା କମ୍ପାନୀର ପ୍ରତିଷ୍ଠାତା ଜ୍ୟାକ ମା ଦୀର୍ଘ ୩ ମାସ ପରେ ନଜର ଆସିଛନ୍ତି । ଜ୍ୟାକ ମା ଏକ ଅନଲାଇନ ଜରିଆରେ ଭିଡିଓ କନଫରେନ୍ସିଂ ଜରିଆରେ ନିଜର ମତ ରଖୁଥିବାର ଦେଖିବାକୁ ମିଳିଛି ।
ସେ ଏକ କାର୍ଯ୍ୟକ୍ରମରେ ଚାଇନା ସରକାରଙ୍କୁ ନେଇ ପ୍ରଶ୍ନ କରିଥିବାରୁ ତାଙ୍କୁ ଗୃହବନ୍ଦୀ କରି ରଖାଯାଇଥିଲା ବୋଲି କୁହାଯାଉଥିଲା । ତାଙ୍କୁ ଜାଣିଣୁଣି ସରକ।।ରଙ୍କ ବିରୋଧୀ ମତ ପାଇଁ କେହି ଅପହରଣ କରିଥବାର କୁହାଯାଇଛି । ପୁଧବାର ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିବାରୁ ସେ ଭଲ ଅଛନ୍ତି ବୋଲି ସ୍ପଷ୍ଟ ହୋଇଛି ।
ଚାଇନା ସରକାରଙ୍କ ମୁଖପାତ୍ର ଗ୍ଲୋବାଲ ଟାଇମ୍ସ ନିଜ ଟ୍ୱିଟର ଆକାଉଣ୍ଟରେ ଜ୍ୟାକ ମାଙ୍କର ଏକ ଭିଡିଓ ଶେୟାର କରିଛି । ଯେଉଁଥିରେ ଜ୍ୟାକ ମା କହୁଛନ୍ତି ଯେତେବେଳେ କରୋନା ଭାଇରସର ଅନ୍ତ ଘଟିବ ସେତେବେଳେ ଆମେ ପରସ୍ପରକୁ ଭେଟିବୁ ବୋଲି କହିଛନ୍ତି ।