ପୁରୀ(ଏଟିଆର ବ୍ୟୁରୋ):ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଉ ଭକ୍ତଙ୍କୁ ଚାଲିବାକୁ ପଡିବନି ବେଶି ବାଟ । ବଡଦାଣ୍ଡରେ ବ୍ୟାରିକେଡ ଛୋଟ ହୋଇଥିବାର ଜଣାପଡିଛି । ଏନେଇ ସୂଚନା ଦେଇଛନ୍ତି ପୁରୀ ଏସପି କନୱର ବିଶାଲ ସିଂହ ।ଜଗନ୍ନାଥବଲ୍ଲଭଠାରୁ ମରିଚିକୋଟ ପର୍ଯ୍ୟନ୍ତ ଯେଉଁ ବ୍ୟାରିକେଡ କରାଯାଇଥିଲା ,ତାହା ହଟାଇବା ପାଇଁ ଏସପି କହିଛନ୍ତି ।
ଅନେକ ବାଟ ଚାଲିବାକୁ ପଡ଼ୁଥିବାରୁ ବରିଷ୍ଠ ନାଗରିକମାନେ ଏଥିପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ।ଶ୍ରଦ୍ଧାଳୁମାନଙ୍କ ଠାରୁ ନିଆଯାଇଥିବା ମତାମତ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି।
ଭିଡ଼କୁ ନିୟନ୍ତ୍ରଣ କରି ଶ୍ରୀଜିଉଙ୍କ ଦର୍ଶନ ପାଇଁ କିଭଳି ଆହୁରି ସୁନ୍ଦର ବ୍ୟବସ୍ଥା କରି଼ହେବ, ସେ ଉପରେ ବିଚାର କରାଯିବ ବୋଲି ଏସ୍ପି କହିଛନ୍ତି।ସେହିପରି କରୋନାକୁ ଦୃଷ୍ଟିରେ ରଖି ମନ୍ଦିରକୁ ସାନିଟାଇଜ୍ କରିବା ପାଇଁ ରବିବାର ଶ୍ରୀଜିଉଙ୍କ ଦର୍ଶନକୁ ବନ୍ଦ କରାଯିବ।