ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଏମ୍ସରେ ଚିକିତ୍ସିତ ହେଉଥିବା ଯୋଡାମୁଣ୍ଡ ଶିଶୁ ଜଗା ବଳିଆ ଖୁବ ଶୀଘ୍ର ଓଡିଶା ଫେରିବେ । ଏ ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ସୂଚନା ଅନୁସାରେ ଦିଲ୍ଲୀ ଏମ୍ସରୁ ଚଳିତ ସପ୍ତାହକ ମଧ୍ୟରେ ଓଡିଶା ଫେରିବେ ଏହି ଯୋଡାମୁଣ୍ଡ ଶିଶୁ ଜଗା ବଳିଆ । ଏ ନେଇ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ହୋଇଥିବା ନେଇ ସୂଚନା ମଳିଛି । ଏମ୍ସରୁ କଟକ ବଡ ମେଡିକାଲ ଆସିବେ ଜଗା ବଳିଆ କଟକ ବଡ ମେଡିକାଲରେ ମଧ୍ୟ ଜଗା ବଳିଆଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ସୂଚନାଯୋଗ୍ୟ ଜଗାବଳିଆଙ୍କୁ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ମାତ୍ର ଏମସ୍ ଜଗାବଳିଆଙ୍କୁ ଚିକିତ୍ସା କରିବା ପାଇଁ ମନା କରିବାରୁ ଦୁଇ ଶିଶୁଙ୍କୁ କଟକ ଏସିବିରେ ରଖି ଚିକିତ୍ସା କରାଯିବ ବୋଲି ଜଣା ପଡିଛି । ୨୦୧୭ ମସିହାରେ ଏହି ଦୁଇ ଭାଇଙ୍କର ଅସ୍ତ୍ରୋପ୍ରଚାର ହୋଇଥିଲା ।
ଦୁଇବର୍ଷ ହେବ ଦିଲ୍ଲୀ ଏମସ ପ୍ରାଇଭେଟ ୱାର୍ଡରେ ଚିକିତ୍ସିତ ହେଉଥିଲେ ଏହି ଦୁଇଭାଇ । ଏମାନଙ୍କ ଅସ୍ତ୍ରୋପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଏକ କୋଟି ଟଙ୍କା ସହାୟତା ଘୋଷଣା କରିଥିଲେ । ପୂର୍ବରୁ ମଧ୍ୟ ଏହି ଦୁଇ ଭାଇ ଓଡିଶା ଫେରିବେ ବୋଲି ସୂଚନା ମଳିଥିଲା । ମାତ୍ର ସ୍ୱାସ୍ଥ୍ୟବସ୍ଥାକୁ ନଜରରେ ରଖି ଅଧିକ ଦିନ ଏହି ଦୁଇ ଭାଇଙ୍କୁ ଦିଲ୍ଲୀ ଏମ୍ସରେ ରଖା ଯାଇଥିଲା ।