ପୁରୀ(ଏଟିଆର ବ୍ୟୁରୋ): ୟୁନିଅନ ବ୍ୟାଙ୍କ ଓ ବ୍ୟାଙ୍କ ଅଫ୍ ବରୋଦାରେ ରହିବ ମହାପ୍ରଭୁଙ୍କ ୨୮୭ କୋଟି ଟଙ୍କା । ଏହି ଟଙ୍କା ୬.୨୬ ପ୍ରତିଶତ ସୁଧ ହାରରେ ରହିବ । ତେବେ ପୂର୍ବରୁ ଟେଣ୍ଡର କରାଯାଇ ୟୁନିୟନ ବ୍ୟାଙ୍କରେ ୫.୭୫ ପ୍ରତିଶତରେ ରହିବ ବୋଲି ନିଷ୍ପତି ନିଆଯାଇଥିଲା । ହେଲେ ବର୍ତ୍ତମାନ ସୁଧ ହାର କମିବାରୁ ପୁଣି ଓପନ ଟେଣ୍ଡର କରାଯାଇ ଏହି ନିଷ୍ପତି ନିଆଯାଇଛି । ସୂଚନା ଯୋଗ୍ୟ ଗତ କିଛି ଦିନ ତଳେ ୟେସ୍ ବ୍ୟାଙ୍କରେ ଟଙ୍କା ଅନୟମିତା ଦେଖାଯାଇଥିଲା । ଫଳରେ ଏହି ବ୍ୟାଙ୍କ ବନ୍ଦ ହେବା ପରିସ୍ଥିତିକୁ ଆସି ଯାଇଥିଲା ।
ତେବେ ଏହି ବ୍ୟାଙ୍କରେ ମହାପ୍ରଭୁଙ୍କ ମୋଟ ୫୪୫ କୋଟି ଟଙ୍କା ଜମା ଥିଲା । ଏହାକୁ ଫେରାଇ ଆଣିବାକୁ ପ୍ରଶାସନ ପକ୍ଷରୁ ବହୁ ଚେଷ୍ଟା କରାଯାଇଥିଲା । ତେବେ ଶେଷରେ ଗତ ୨୦ ତାରିଖ ଦିନ ୩୯୭ କୋଟି ୨୩ଲକ୍ଷ ୨୭ ହଜାର ୬୩୬ ଟଙ୍କା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପୁରୀ ମୁଖ୍ୟ ଶାଖାରେ ଶ୍ରୀଜଗନ୍ନାଥ ଟେମ୍ପୁଲ କର୍ପସ ପାଣ୍ଠି ନାମରେ ଥିବା ଆକାଉଣ୍ଟକୁ ସ୍ଥାନାନ୍ତର କରାଯାଇଥିଲା । ବ୍ୟାଙ୍କରେ ଜମା ଥିବା ଅବଶିଷ୍ଟ ୧୫୬ କୋଟି ଟଙ୍କା ଆସନ୍ତା ୩୦ ତାରିଖରେ ଅବଧି ପୂରିବା ( ମାଚ୍ୟୁରିଟି) ପରେ ମିଳିବ ବୋଲି ସୂଚନା ରହିଛି ।