ଜଗତସିଂହପୁର (ଏଟିଆର ବ୍ୟୁରୋ); ସ୍ଥାନୀୟ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ତୃତୀୟ ଜିଲ୍ଲା କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକଟି ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି କ୍ରିଷ୍ଣା ମହାନ୍ତିଙ୍କ ତତ୍ୱାବଧାନରେ ଶାରଦା ମଣ୍ଡପଠାରେ ଆୟୋଜିତ ହୋଇଛି । ଏଥିରେ ଜିଲ୍ଲାର ସମସ୍ତ ଅଞ୍ଚଳର ମହିଳାମାନେ ଯୋଗ ଦେଇ ସଭାକୁ ସାଫଲ୍ୟ ମଣ୍ଡିତ କରିଛନ୍ତି ।
ଜିଲ୍ଲାରେ ବିଜେପିକୁ ତୃଣମୂଳ ସ୍ତରରୁ ଦୃଢ଼ କରିବା ଏବଂ ରାଜ୍ୟ ସରକାରଙ୍କ ମନମୁଖୀ ଶାସନ ବିରୋଧରେ ଏହି ବୈଠକରେ ଆଲୋଚନା କରାଯାଇଛି । ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହା କହିଥିବା ୧୨୦ ମିଶନକୁ ସଫଳ କରିବା ପାଇଁ ଜିଲ୍ଲାର ମହିଳାଙ୍କ ମନରେ ପରିବର୍ତ୍ତନ ଆଣିବା ସହ ବିଜେପିକୁ ବିଜୟ କରାଇବା ପାଇଁ ଏହି ବୈଠକର ମୁଖ୍ୟ ଲକ୍ଷ । ସେପଟେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଏବଂ କେନ୍ଦ୍ର ସରକାରଙ୍କ ଅପାରଗ ବିଷୟରେ ମଧ୍ୟ ଉକ୍ତ ବୈଠକରେ ଆଲୋଚନା କରାଯାଇଥିଲା ।