ପୁରୀ (ଏଟିଆର ବ୍ୟୁରୋ): ଆଜି ହାଇକୋର୍ଟରେ ଶ୍ରୀମନ୍ଦିର ଓ କୋଣାର୍କ ମନ୍ଦିରର ଜଗମୋହନ କରାମତି ମାମଲା ଉପରେ ଶୁଣାଣୀ ହୋଇଛି । ହାଇକୋର୍ଟ ଏଏସଆଇକୁ ୪ମାସ ମଧ୍ୟରେ ନାଟମଣ୍ଡପର ମରାମତି ଶେଷ କରିବାକୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଏଏସଆଇ ମହାନିର୍ଦ୍ଦେଶକ ଶ୍ରୀମନ୍ଦିର ଓ କୋଣାର୍କ ମନ୍ଦିରର ମରାମତି ମାମଲା ଶୁଣାଣୀ ପାଇଁ ଆଜି ହାଇକୋର୍ଟରେ ହାଜର ହୋଇଥିଲେ । ଗତ ମେ’୩ ତାରିଖରେ ହୋଇଥିବା ବାତ୍ୟା ଫୋନି ଫଳରେ ଶ୍ରୀମନ୍ଦିର ଓ କୋଣାର୍କ ମନ୍ଦିରର ଅନେକ କ୍ଷୟକ୍ଷତି ହୋଇଥିଲା ।
ବାତ୍ୟାରେ ଶ୍ରୀମନ୍ଦିର ଗର୍ଭଗୃହ, ଜଗମୋହନ ଓ ସୂର୍ଯ୍ୟମନ୍ଦିର ଅନେକ କ୍ଷୟକ୍ଷତି ଘଟିଥିଲା । ଏହାର ମରାମତି ପାଇଁ ଏଏସଆଇକୁ ଦାଇତ୍ୱ ଦିଆଯାଇଥିଲା । ତେବେ ଏହା ଉପରେ ଆଜି ହାଇକୋର୍ଟ ଶୁଣାଣୀ କରି ଆସନ୍ତା ୪ମାସ ମଧ୍ୟରେ ନାଟ ମଣ୍ଡପ ମରାମତି ଶେଷ ପାଇଁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଅନ୍ୟପଟେ କୋଣାର୍କ ମନ୍ଦିରର ମରାମତି ନେଇ ବିସ୍ତୃତ ଯୋଜନା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ପରବର୍ତ୍ତୀ ଶୁଣାଣି ଆସନ୍ତା ମେ’ ୪ତାରିଖରେ ହେବା ନେଇ ଧାର୍ଯ୍ୟ କରାଯାଇଛି ।