କରଞ୍ଜିଆ ( ଏଟିଆର ବ୍ୟୁରୋ): ଜେଲରୁ କଏଦୀ ଫେରାରା ହେବା ଘଟଣାରେ ପୋଲିସ ଗ୍ରହଣ କରିଛି କାର୍ଯ୍ୟାନୁଷ୍ଠାନ । ଜେଲରଙ୍କ ବଦଳୀ ସମେତ ଦୁଇ ୱାର୍ଡରଙ୍କୁ ନିଲମ୍ବିତ କରାଯାଇଛି । ସୂଚନାଯୋଗ୍ୟ ଗତ ୧୬ ତାରିଖରେ ଭଗବାନ ନାମକ ଜଣେ କଏଦୀ ଜେଲରୁ ଫେରାର ହୋଇଯାଇଥିଲେ ଯାହାକୁ ନେଇ ସେ ସମୟରେ ଜେଲର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଥିଲା ।
ତେବେ ଜେଲରୁ ଭଗନାମକ ସେହି କଏଦୀ ଜଣଙ୍କ ଫେରାର ହୋଇଯିବା ପରେ ୱାର୍ଡର ଦିଲ୍ଲୀପ ରାୟ ଓ ସୁକାନ୍ତ ବେହେରାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା । ପରେ କିନ୍ତୁ ଗିରଫ ହୋଇଥିବା ସୁକାନ୍ତ ବେହେରାଙ୍କ ଶବ ମିଳିଥିଲା ଜଙ୍ଗଲରୁ । ତାଙ୍କୁ କେହି ଦୁବୃର୍ତ୍ତ ହତ୍ୟା କରିଥିବା ସନ୍ଦେହ ହୋଇଥିଲା । ଯାହାକୁ ନେଇ ଘଟଣା ଭିନ୍ନ ମୋଡ ନେଇଥିଲା ।
ତେବେ ଗତକାଲି ପୁଲିସ ଫେରାର ହୋଇଥିବା ଭଗବାନଙ୍କୁ ଗିରଫ କରରିଥିଲା । ଆଜି ତାଙ୍କୁ କୋର୍ଟେରେ ପୋଲିସ ହାଜିର କରିଛି । ତାଙ୍କୁ ପଚରା ଉଚରା କରିବା ପରେ ଆକ୍ସନ ମୁଡକୁ ଆସିଥିଲା ପୋଲିସ ।