ଆଜି ସକାଳୁ ରାଜ୍ୟରେ ଆଉ ୭ ଟି କରୋନା ପଜିଟିଭ୍ ମାମଲା ସାମ୍ନାକୁ ଆସିଛି । ସେମାନଙ୍କ ମଧ୍ୟରୁ ୫ ଜଣ ଭଦ୍ରକର ହୋଇଥିବା ବେଳେ ୨ ଜଣ ବାଲେଶ୍ୱରର । ଏହାସହିତ ଭଦ୍ରକରୁ ଯେଉଁ ୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଜଣଙ୍କର ସଂଶ୍ପର୍ଷରେ ଯାଜପୁରର ୬ ଜଣ ବ୍ୟକ୍ତି ଆସିଥିବା ନେଇ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି ।
ଯାଜପୁର ଜିଲ୍ଲାପାଳଙ୍କ କହିବାନୁଯାୟୀ, ଭଦ୍ରକର ଜଣେ ଆକ୍ରାନ୍ତ ଗତ ମାର୍ଚ୍ଚ ୨୯ ତାରିଖ ପ୍ରାୟତଃ ରାତି ୯ଟାରେ ଏକ ମାରୁତି ଭ୍ୟାନ୍ ଯୋଗେ ବାହାରିଥିଲେ । ସେହି ଭ୍ୟାନ୍ ରେ ଆଉ ୬ ଜଣ ଜଣ ବ୍ୟକ୍ତି ଥିଲେ । ସେମାନେ ସମସ୍ତେ ଯାଜପୁରର ବୋଲି ଜାଣିବାକୁ ମିଳିଛି । ସେମାନେ ଆସିବା ବେଳେ ବାଟରେ ଗୋଟେ ସ୍ଥାନରେ ଅଟକି ରହିଥିଲେ । ଏହାପରେ ୩୦ ତାରିଖ ୬.୩୦ ବେଳକୁ ଭଦ୍ରକର ଏକ ସ୍ଥାନରେ ଉକ୍ତ ବ୍ୟକ୍ତି ଜଣଙ୍କ ଓହ୍ଲାଇ ପଡିଥିଲେ । ଏହାସହିତ ଯାଜପୁରର ସେହି ଜଣ ଜଣ ବ୍ୟକ୍ତି ଷଠିପୁର ଅଞ୍ଚଳରେ ଓହ୍ଲାଇବେ ବୋଲି କଥା ହେଉଥିଲେ ।