ସୋର(ଏଟିଆର ବ୍ୟୁରୋ): ଭୁବନେଶ୍ୱର-କୋଲକତା ଜନଶତାଦ୍ଦୀ ଏକ୍ସପ୍ରେସରେ ଲାଗିଲା ନିଆଁ । ମାର୍କୋଣା ନିକଟରେ ଟ୍ରେନର ଏକ ବଗିରେ ନିଆଁ ଲାଗିଥିଲା । ଷ୍ଟେସନରେ ନିଆଁ ଲାଗିବା ପରେ ନିଆଁକୁ ଆୟତ୍ତ କରିଥିଲେ ରେଳ କର୍ମଚାରୀ । ଫଳରେ ଷ୍ଟେସନରେ ୧୫ ମିନିଟ ପର୍ଯ୍ୟନ୍ତ ଟ୍ରେନ ଅଟକି ରହିଥିଲା । ଟ୍ରେନରେ ନିଆଁ ଲାଗିଥିଲେ ମଧ୍ୟ ଯାତ୍ରୀମାନେ ସୁରକ୍ଷିତ ରହିଥିଲେ ଏଥିରେ କାହାରି କିଛି କ୍ଷୟକ୍ଷତି ହୋଇନଥିବାର ସୂଚନା ମିଳିଛି ।
ଟ୍ରେନରେ ଟଏଲେଟ୍ ଡଷ୍ଟବିନରେ କେହି ଜଣେ ସିଗାରେଟ ପକାଇଥିବାରୁ ନିଆଁ ଲାଜିଥିବାର ସୂଚନା ମିଳିଛି । ତେବେ ଟ୍ରେନର ବେଗ ଅଧିକ ରହିଥିବାରୁ ସମ୍ପୁର୍ଣ୍ଣ ବଗିରେ ଧୂଆଁ ଖେଳିଯାଇଥିଲା । ଯାତ୍ରୀମାନେ ଭୟଭୀତ ହୋଇ ରେଳ ବିଭାଗକୁ ଜଣାଇଲା ପରେ ସୋର ଷ୍ଟେସନ ନିକଟରେ ଟ୍ରେନ ଅଟକାଇ ନିଆଁକୁ ଆୟତ୍ତକରାଯାଇଛି । ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରି ସାରିବା ପରେ ୨୦ ମିନିଟ ବିଳମ୍ବରେ ଟ୍ରେନ ଛାଡିଥିଲା ।