ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ)ର୍; ବିଶିଷ୍ଟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ଘରକୁ ଛାରଖର କରିଦେଲା ନିଷ୍ଠୁର ମହାମାରୀ କରୋନା । ୧୨ ଦିନ ମଧ୍ୟରେ ପରିବାରର ତିନି ସଦସ୍ୟଙ୍କୁ ନେଇଗଲା । ଆଜି ରଘୁନାଥଙ୍କ ବଡ ପୁଅ ଯଶୋବନ୍ତ ମହାପାତ୍ରଙ୍କ ଦେହାନ୍ତ ହୋଇଛି । କରୋନା ଆକ୍ରାନ୍ତ ହୋଇ ଏମ୍ସରେ ଚିିକତ୍ସିତ ହେଉଥିଲେ ଯଶୋବନ୍ତ । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଗତକାଲି ତାଙ୍କୁ ସମ୍ ର କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଆଜି ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା ।
ଗତକାଲି ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ତାଙ୍କ ସାନ ଭାଇ ପ୍ରଶାନ୍ତ ମହାପାତ୍ରଙ୍କର କରୋନାରେ ମୃତ୍ୟୁ ହୋଇଥିଲା । ସେହିପରି ବାପା ରଘୁନାଥ ମଧ୍ୟରେ ମେ ୯ ତାରିଖରେ କରୋନାରେ ଚାଲି ଯାଇଥିଲା । ମାତ୍ର ୧୨ ଦିନ ମଧ୍ୟରେ ବାପ-ପୁଅ ତିନି ଜଣଙ୍କୁ ନେଇ ଯାଇଛି ନିଷ୍ଠୁର କରୋନା ।