ବାଲେଶ୍ୱର ( ଏଟିଆର ବ୍ୟୁରୋ): ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନାର ଜୟରାମପୁର ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଯାତ୍ରାପାର୍ଟି କଳାକାରଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି ।ମୃତକ ହେଉଛନ୍ତି ଶୁଭଲକ୍ଷ୍ମୀ ଯାତ୍ରା ପାର୍ଟିରେ ହସ୍ୟ କଳାକାର ଭାବେ ଅଭିନୟ କରୁଥିବା ତ୍ରିଲୋଚନ ରଣଜିତ । ତ୍ରିଲୋଚନଙ୍କୁ ବିଳମ୍ଭିତ ରାତିରେ ଭୋଗରାଇ ଅଞ୍ଚଳର କିଛି ଲୋକ ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଲୋକ । ଗତକାଲି ରାତିରେ ତ୍ରିଲୋଚନ ଭୋଗରାଇ ହାଟକୁ ବୁଲିବାକୁ ଯାଇଥିବା ବେଳେ ଆଉ ଯାତ୍ରା ପାର୍ଟିକୁ ଫେରି ନଥିଲେ ।
ସକାଳୁ ତ୍ରିଲୋଚନଙ୍କ ମୃତ ଦେହ ହାଟରେ ଥିବା ଏକ କ୍ୟାବିନ ପଛ ପଟେ ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ । ଏହାକୁ ନେଇ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଖବର ପାଇ ଭୋଗରାଇ ପୋଲିସ ଘଟରା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି । ଏହା ହତ୍ୟା ଅଭିଯୋଗରେ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି ଭୋଗରାଇ ପୋଲିସ ।
ଏହା ସହ ହତ୍ୟାର ବ୍ୟବହୃତ ମାରଣାସ୍ତ୍ର ଜବତ କରିଛି ପୋଲିସ । ଆଗକୁ ବ୍ୟବଚ୍ଛେଦ ରିପୋର୍ଟ ଓ ପୋଲିସର ଅଧିକ ତଦନ୍ତ ହିଁ ସ୍ପଷ୍ଟ କରିବ ପ୍ରକୃତ ହତ୍ୟାକାରୀ କିଏ, କିଏ କେଉଁ ଉଦ୍ଦେଶ୍ୟ ରଖି ତ୍ରିଲୋଚନଙ୍କୁ ହତ୍ୟା କରିଛି କିମ୍ବା ତ୍ରିଲୋଚନ ନିଜେ ଆତ୍ମହତ୍ୟା କରିଛନ୍ତି । ଏବେ ସବୁକିଛି ପୋଲିସ ତଦନ୍ତ ଉପରେ ନିର୍ଭର କରୁଛିି ।