କଟକ ( ଏଟିଆର ବ୍ୟୁରୋ): ସିଲିଭର ସିଟିକୁ ଘାରିଲାଣି ଜଣ୍ଡିସର ଭୟ । ଯେଉଁଥି ପାଇଁ ଏବେ କଟକରେ ଆତଙ୍କ ଖେଳି ଯାଇଛି । ଗୋଟିଏ ପରେ ଗୋଟିଏ ସାହିକୁ ବ୍ୟାପିବାର ଲାଗିଛି ଜଣ୍ଡିସ । ଗଙ୍ଗା ମନ୍ଦିର, ପଟ୍ଟାପୋଲ ଓ ଜଗତପୁର ପରେ ଏବେ ସୂତା ହାଟ ପରେ ଜଣ୍ଡିସ କାୟା ବିସ୍ତାର କରିଛି । ତେବେ ବର୍ତ୍ତମାନ ସୁଦ୍ଧା ୪୦ ଜଣ ଜଣ୍ଡିସରେ ଆକ୍ରାନ୍ତ ହୋଇଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପାନୀୟ ଜଳ ଜଣ୍ଡିସର ମୁଖ୍ୟ କାରଣ ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।
ସୂଚନାଯୋଗ୍ୟ ଜଣ୍ଡିସ ବ୍ୟାପିବା କିଛି ନୂଆ କଥା ନୁହେଁ । କିନ୍ତୁ ପ୍ରଭାବିତ ଅଞ୍ଚଳ ଗୁଡିକରେ ପରିମଳ ବ୍ୟବସ୍ଥା ପ୍ରତି ପ୍ରଶାସନ ଦୃଷ୍ଟି ଦେଉ ନଥିବା ଅଭିଯୋଗ ହେଉଛି । ପୂର୍ବରୁ ମଧ୍ୟ ଅନେକ ଥର ପରିମଳ ଯୋଜନାକୁ ନେଇ ଲୋକ ମାନେ ପ୍ରଶାସନକୁ ଅଭିଯୋଗ କରିଥିଲେ । ସେହିଭଳି ଅନ୍ୟପଟେ ଆଗକୁ ବର୍ଷା ଋତୁ ଆସିବାକୁ ଥିବା ବେଳେ ସହରରେ ଡ୍ରେନ ସମସ୍ୟାରେ ସେତେଟା ସୁଧାର ଆସି ନାହିଁ ।