ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜିଠାରୁ ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ ଜେଇଇ ମେନ ପରୀକ୍ଷା ।ଏଥିପାଇଁ ୩୩୧ ଟି ସହରରେ ପରୀକ୍ଷା କରାଯାଇଛି । । ଏହି ପରୀକ୍ଷା ଆସନ୍ତା ୧୮ ତାରଖ ପର୍ଯ୍ୟନ୍ତ ଚାଲିବ । ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ଲାଗି ସର୍ବଭାରତୀୟସ୍ତରରେ ଘଞଇ ଦ୍ୱାରା ପରୀକ୍ଷା ପରିଚାଳିତ ହେଉଛି।
ଚଳିତ ବର୍ଷ କରୋନା ମହାମାରୀ ପାଇଁ ୪ଟି ସେକ୍ସନରେ ପରୀକ୍ଷା ହେବ । ଓଡିଶାର ୧୭ ଟି ସହରରେ ପରୀକ୍ଷା କେନ୍ଦ୍ର ହୋଇଛି । ରାଜ୍ୟରେ ପ୍ରାୟ ୩୦ ହଜାର ଛାତ୍ରଛାତ୍ରୀ ପରୀକ୍ଷାରେ ଭାଗ ନେବେ ।ପ୍ରତିଦିନ ୨ ଟି ସିଟିଂରେ ପରୀକ୍ଷା ହେବ । ପୂର୍ବାହ୍ନ ୯ ଟାରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଓ ଅପରାହ୍ନ ୩ ଟାରୁ ଦିନ ୬ ଟା ପର୍ଯ୍ୟନ୍ତ ପରୀକ୍ଷା ହେବ ।
ପରୀକ୍ଷା ବେଳେ କରୋନା ଗାଇଡଲାଇନ ମାନିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମାସ୍କ ପିନ୍ଧିବା ସହ ,ସାମାଜିକ ଦୁରତା ରକ୍ଷା କରିବା ପାଇଁ ଛାତ୍ରଛାତ୍ରୀଙ୍କୁ କୁହାଯାଇଛି । ଓଡିଆ ଓ ହିନ୍ଦୀ ସମେତ ୯ ଟି ଆଞ୍ଚଳିକ ଭାଷାରେ ପରୀକ୍ଷା ଅନୁଷ୍ଠିତ ହେବ । ପରୀକ୍ଷା କେନ୍ଦ୍ରକୁ ଯିବା ସମୟରେ ପରୀକ୍ଷାର୍ଥୀ ଆଡମିଟ୍ କାର୍ଡ ସମେତ ଯେକୌଣସି ଫଟୋ ପରିଚୟପତ୍ର, ନିଜସ୍ୱ ପାଣି ବୋତଲ, ସାନିଟାଇଜର ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି