ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା କାରଣରୁ ଜେଇଇ ମେନ ପରୀକ୍ଷାକୁ ସ୍ଥଗିତ କରାଯାଇଛି । ୨୦୨୧ ଅପ୍ରେଲ ସେସନର ଜେଇ ମେନ୍କୁ ସ୍ଥଗିତ ରଖାଯାଇଛି । ଚଳିତ ମାସ ୨୭,୨୮, ଓ ୩୦ ତାରିଖରେ ପରୀକ୍ଷା ହେବା ନେଇ ଘୋଷଣା କରାଯାଇଥିଲା । ପୂର୍ବରୁ ଫେବ୍ରୁଆର ଓ ମାର୍ଚ୍ଚ ସେସନ ପରୀକ୍ଷା ସରିଯାଇଛି ।
ଏହା ପୂର୍ବରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷାକୁ ବାତିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେଭଳି ଭାବେ ବଢିଚାଲିଛି ତାହା ଏବେ ଚିନ୍ତାର କାରଣ ପାଲଟିଛି । ସୁନ୍ଦରଗଡ ପରେ ଏବେ ଖୋର୍ଦ୍ଧାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୩୬୬୪ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ଘଟିଛି । ଫଳରେ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୧,୯୪୪ରେ ପହଞ୍ଚିଛି ।