ଝାରସୁଗୁଡା (ଏଟିଆର ବ୍ୟୁରୋ): ଶେଷରେ ହାତ ଛାଡି ଶଙ୍ଖ ଧରିଲେ ଝାରସୁଗୁଡା ବିଧାୟକ ନବ ଦାସ । ଗୋଟେ ସପ୍ତାହ ପୂର୍ବରୁ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ମାତ୍ର ଆଜି ନବ ଦାସ ବିଜେଡିରେ ବିଧି ବଦ୍ଧ ଭାବେ ସାମିଲ ହୋଇଛନ୍ତି । ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ଝାରସୁଗୁଡା ଗସ୍ତରେ ଅସିଥିବା ବେଳେ ନବ ଦାସ ତାଙ୍କ ଦଳରେ ଯୋଗ ଦେଇଛନ୍ତି । ସେହି ସମୟରେ ସଭାରେ ପୂର୍ବତନ ବାଚସ୍ପତି କିଶୋର ମହାନ୍ତି , ସଞ୍ଜୟ ଦାସବର୍ମା, ଅନୁପ ସାଏ, ରାସେଶ୍ୱରୀ ପାଣିଗ୍ରାହୀ ଏବଂ ପ୍ରଣମ ପ୍ରକାଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
ଚଳିତ ମାସ ଗତ ଜାନୁଆରୀ ୧୬ ତାରିଖରେ ବିଧାୟକ ନବ ଦାସ କଂଗ୍ରେସରୁ ଇସ୍ତଫା ଦେବା ସହ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଇସ୍ତଫାପତ୍ର ପଠାଇଥିଲେ । ସେଥିରେ ସ୍ପଷ୍ଟ ଭାବେ ଲେଖାଥିଲା ଯେ ସେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେବ । କାରଣ ଏହା ତାଙ୍କ ଅଞ୍ଚଳବାସୀଙ୍କ ଇଛା ।