ଝାଡସୁଗୁଡା(ଏଟିଆର ବ୍ୟୁରୋ): ଆସନ୍ତା ୩୧ ତାରିଖରୁ ଝାଡସୁଗୁଡାରୁ ବାରଣାସୀକୁ ବିମାନ ଚଳାଚଳ ଆରମ୍ଭ ହେବ । ଆଲାଏନ୍ସ ଏୟାର ପକ୍ଷରୁ ଆରମ୍ଭ ହେବାକୁ ଥିବା ଏହି ବିମାନ ସେବା ଭାୟା ଭୁବନେଶ୍ୱର ହୋଇଯିବ । ପୁର୍ବରୁ ଏଥିପାଇଁ ଯାତ୍ରୀଙ୍କୁ ଭୁବନେଶ୍ୱରରୁ ଭାୟା ଦିଲ୍ଲୀ ହୋଇଯିବାକୁ ପଡୁଥିଲା । ବର୍ତ୍ତମାନ ସିଧାସଳଖ ବାରାଣସୀ ଯିବେ । ଏହା ସହ ଜାନୁଆରୀ ୨୭ ତାରିଖରୁ ଝାଡସୁଗୁଡାରୁ ସିଧାସଳଖ କୋଲକାତାକୁ ବିମାନ ସେବା ଆରମ୍ଭ କରୁଛି ଆଲାଏନ୍ସ ଏୟାର । ଝାଡସୁଗୁଠଡା ବିମାନ ବନ୍ଦର ନିର୍ଦ୍ଦେଶକ ସୁଦେଶ କୁମାର ଚୌହାନଙ୍କ କହିବା ଅନୁସାରେ ଏହି ଦୁଇଟି ବିମାନ ସେବା ଦୈନିକ ଆରମ୍ଭ ହେବା ପରେ ଝାଡସୁଗୁଡାରୁ କୋଲକାତା ଓ ବାରଣାସୀକୁ ଯାତ୍ରୀ ମାନେ ଖୁବ କମ ସମୟରେ ପହଞ୍ଚି ପାରିବେ ।
ଉଡାଣ-୩ ଯୋଜନାରେ ଅଲାଏନ୍ସ ଏୟାର ପକ୍ଷରୁ ଝାଡସୁଗୁଡାରୁ ପୂର୍ବରୁ କେବଳ ଭୁବନେଶ୍ୱର ଓ ରାୟପୁର ସିଧାସଳଖ ବିମାନ ଉଡୁଥିଲା । କୋଲକତାକୁ ସିଧାସଳଖ କେବଳ ସ୍ପାଇସ୍ ଜେଟ୍ ବିମାନ ଉଡୁଥିଲା । ତେବେ ଆସନ୍ତା ୨୭ ତାରିଖ ଦିନ ଠାରୁ ଆରମ୍ଭ ହେବାକୁ ଥିବା ଝାଡସୁଗୁଡାରୁ କୋଲକାତା ବିମାନରେ ଯିବା ପାଇଁ ଦେଢ ଘଣ୍ଟା ସମୟ ଲାଗିବ । ସେହି ପରି ଝାଡସୁଗୁଡାରୁ ବାରଣସୀ ଭାୟା ଭୁବନେଶ୍ୱର ଯିବ ପାଇଁ ପ୍ରାୟ ୩ ଘଣ୍ଟା୩୦ ମିନିଟ ସମୟ ଲାଗିବ ବୋଲି ଜଣା ପଡିଛି । ଏହା ଦ୍ୱାରା ପଡୋଶୀ ରାଜ୍ୟ ଛତିଶଗଡ ଓ ଝାଡଖଣ୍ଡର ଯାତ୍ରୀମାନେ ସୁଫଳ ପାଇ ପାରିବେ ।