ୱାଶିଂଟନ(ଏଟିଆର ବ୍ୟୁରୋ): ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କରୋନା ଟିକା ଦିଆଯାଇଛି । ଆମେରିକା ଲୋକମାନଙ୍କ ମନରେ ବିଶ୍ୱାସ ଆଣିବା ପାଇଁ ବାଇଡେନ ଗଣମାଧ୍ୟମ ଆଗରେ ଟିକା ନେଇଛନ୍ତି । ନ୍ୟୁୟର୍କଠାରେ ଥିବା ଖ୍ରୀଷ୍ଟିଆନ ହସ୍ପିଟାଲରେ ସେ ଏହି ଟିକା ନେଇଥିଲେ ।
ଟିକା ନେବା ପରେ ବାଇଡେନ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି । ଏଥିପାଇଁ ବାଇଡେନ ବୈଜ୍ଞାନିକ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବାଇଡେନଙ୍କୁ ଫାଇଜରର ପ୍ରଥମ ଟିକା ଦିଆଯାଇଛି । ଏହି ଟିକା କୁ ଫାଇଜର ଓ ବାୟୋଏନଟେକ୍ ମିଳିତ ଭାବେ ତିଆରି କରିଛନ୍ତି ।
ଟିକା ନେବା ସମୟରେ ବାଇଡେନ କହିଛନ୍ତି ଚିନ୍ତା କରିବାର କିଛି ନାହିଁ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି ।ଏବଂ ମୁଁ ଅନୁରୋଧ କରୁଛି ଏହି ଟିକା ସମସ୍ତଙ୍କୁ ନେବା ପାଇଁ ।ଆମେରିକାରେ ଜରୁରୀକାଳୀନ ଭି୍ତିରେ ଏହି ଟିକାକରଣ କରାଯାଇଛି । ଆସନ୍ତା ବର୍ଷଠାରୁ ଦେଶର ବିଭିନ୍ନ ପ୍ରାନ୍ତରେ ଟିକାକାରଣ ଆରମ୍ଭ ହେବ ।
ସାରା ବିଶ୍ୱରେ ବର୍ତ୍ତମାନ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୭,୧୭୨,୨୩୭ ରେ ପହଞ୍ଚିଛି । ଏହି ମହାମାରୀ ହେତୁ ଏପର୍ଯ୍ୟନ୍ତ ୧,୬୯୯,୬୪୪ ଲୋକ ପ୍ରାଣ ହରାଇଛନ୍ତି ।