ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଯାତ୍ରା ଦୁନିଆଁରେ ପରକୀୟା ପ୍ରୀତି । ଖଳନାୟକ ଓ ଅଭିନେତ୍ରୀଙ୍କ ମଧ୍ୟରେ ଚାଲିଥିବା ଭିତିରିଆ ପ୍ରେମ କଥା ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ସେପଟେ ଘଟଣା ସାମ୍ନାକୁ ଆସିବା ପରେ ଉଭୟଙ୍କୁ ଯାତ୍ରା ପାଟିରୁ ବାହାର କରାଯିବା ଘଟଣା ତ’ ସବୁଠି ଆଲୋଚନାର ବିଷୟ ହୋଇଛି । ଆମେ କହୁଛୁ ଯାତ୍ରା ରଂଗମହଲରେ ଖଳନାୟକ ଭାବେ ଅଭିନୟ କରୁଥିବା ପିୟୁଷ ଓ ଅଭିନେତ୍ରୀ ଭାରତୀଙ୍କ କଥା ।
କିଛିଦିନ ହେବ ଉଭୟଙ୍କ ମଧ୍ୟରେ ଚାଲିଥିଲା ଲୁଚାଣିଆ ପ୍ରେମ । ବଡ଼ କଥା ହେଉଛି ଭାରତୀଙ୍କ ସ୍ୱାମୀ ଥିଲେ ମଧ୍ୟ ସେ ପରକୀୟା ପ୍ରୀତିରେ ବୁଡି ରହିଥିଲେ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଭାରତୀଙ୍କ ସ୍ୱାମୀ ମଧ୍ୟ ସେହି ରଂଗମହଲରେ ପାଶ୍ୱର୍ ଅଭିନୟ କରନ୍ତି । ଏନେଇ ରଗଂମହଲର ପ୍ରଯୋଜକ ସତ୍ୟ ଜେନାଙ୍କ କହିବା ହେଲା, ଏହି ଘଟଣା ଜଣାପଡିବା ପରେ ଉଭୟଙ୍କୁ ବହୁତ ବୁଝାଇବାକୁ ଚେଷ୍ଟା କରାଯାଇଥିଲା । ଏପରିକି ଦୁଇଜଣଙ୍କ ପରିବାର ଲୋକଙ୍କୁ ମଧ୍ୟ ଘଟଣା ସମ୍ପର୍କରେ ଅବଗତ କରାଯାଇଥିଲା । ହେଲେ କୌଣସି ଲାଭ ହେଲା ନାହିଁ । ତେଣୁ ଉଭୟଙ୍କୁ ଏବେ ଦଳରୁ ବାହାର କରାଯାଇଛି ।
ସେମାନଙ୍କ ସ୍ଥାନରେ ଆଉ ୨ଜଣ କଳାକାରଙ୍କୁ ଅଭିନୟ କରିବା ଲାଗି ସୁଯୋଗ ଦିଆଯାଇଛି । ତେବେ ପରକୀୟା ପ୍ରୀତିରେ ମାତିଥିବା ଉଭୟଙ୍କ ପାଇଁ ଅନ୍ୟ କଳାକାରମାନେ ଅତିଷ୍ଠ ହୋଇପଡିଥିଲେ । ସେପଟେ ଭାରତୀଙ୍କ ସ୍ୱାମୀ ନିରାକାରଙ୍କ କହିବା ହେଲା ‘ପିୟୁଷଙ୍କ ଲାଗି ତାଙ୍କ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ସମ୍ପର୍କ ବିଗିଡି ଯାଇଛି । ଶୁଣିବାକୁ ମିଳୁଛି ଖୁବଶୀଘ୍ର ପ୍ରଭାତୀ ସ୍ୱାମୀ ନିରାକାରଙ୍କୁ ଛାଡପତ୍ର ଦେବାକୁ ଚେଷ୍ଟା ଚଳାଇଛନ୍ତି ।