କଟକ (ଏଟିଆର ବ୍ୟୁରୋ): ଜଷ୍ଟିସ୍ ମହମ୍ମଦ ରଫିକ୍ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ବହନ କରିବେ । ଏନେଇ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।
ଜଷ୍ଟସ୍ ମହମ୍ମଦ ରଫିକ୍ ପୂର୍ବରୁ ମେଘାଳୟ ହାଇକୋର୍ଟର ବିଚାରପତି ଥିଲେ । ଏବେ ତାଙ୍କୁ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାର ଦାୟିତ୍ୱ ପାଇଁ ବଦଳି କରାଯାଇଛି ।
ସୂଚନାଯୋଗ୍ୟ, ଓଡିଶା ହାଇକୋର୍ଟରେ ଏବେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ସଞ୍ଜୁ ପଣ୍ଡା ଦାୟିତ୍ୱ ବହରୁଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ କଳ୍ପେସ ସତ୍ୟେନ୍ଦ୍ର ଜାଭେରୀଙ୍କ ଅବସର ପରେ ଜଷ୍ଟିସ୍ ସଞ୍ଜୁ ପଣ୍ଡାଙ୍କୁ ଦାୟିତ୍ୱ ଦିଆଯାଇଥିଲା ।