କଳାହାଣ୍ଡି(ଏଟିଆର ବ୍ୟୁରୋ): ରାଜ୍ୟରେ କରୋନାର ସ୍ଥିତି ବୃଦ୍ଧି ପାଇବାକୁ ଲାଗିଥିବା ବେଳେ ଏହାକୁ ରୋକିବା ପାଇଁ ରାଜ୍ୟରେ ସଟଡାଉନ ଓ ଲକଡାଉନ ଭଳି ପ୍ରକ୍ରିୟା ଜାରି ରହିଛି । ତେବେ ଏହିଭଳି ସମୟରେ ଆଜି ଏବଂ ଆସନ୍ତାକାଲି ପାଇଁ ଜୁନାଗଡ ଏନଏସିକୁ ସଟଡାଉନ ଘୋଷଣା କରାଯାଉଛି । ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବା କାରଣରୁ ଏହିଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।
ଏହି ସଟଡାଉନ ସମୟରେ ଜୁନାଗଡ ସହରର ୧୨ଟି ୱାର୍ଡର ୧୯ହଜାର ୬୫୬ଜଣ ଲୋଙ୍କର ସ୍କିନ୍ନିଂ କରାଯିବ । ଏ ସମସ୍ତ କାର୍ଯ୍ୟ ତହସିଲଦାରଙ୍କ ପର୍ଯ୍ୟବେକ୍ଷଣରେ ହେବାକୁ ଥିବା ବେଳେ ଏଥିନିମନ୍ତେ ୪୩ଟି ଟିମ ଗଠନ କରାଯାଇଛି । ଏହି ସଟଡାଉନ କାରଣରୁ ଆଜି ସହରରେ କୌଣସି ବି ଦୋକାନ ଖୋଲି ନଥିବା ବେଳେ ଗଠନ କରାଯାଇଥିବା ଟିମ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଅନ୍ୟପଟେ ବୋର୍ଡା ଅଞ୍ଚଳରେ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବୋର୍ଡାର ସରପଞ୍ଚ ୭ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି ।
୨ଦିନିଆ ସଟଡାଉନରେ ଜୁନାଗଡ ଏନଏସି
Tags #AtrNews #Odisha