ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ସୁପ୍ରିମକୋଟର ପ୍ରଧାନ ବିଚାରପତି ହେବେ ବରିଷ୍ଠ ଏନଭି ରମଣ । କଲେଜିୟମଙ୍କ ସୁପାରିସକୁ ରାଷ୍ଟ୍ରପତି ମୋହର ମାରି ସାରିଥିବା ବେଳେ ଆସନ୍ତା ୨୪ ତାରିଖରେ ଦାୟିତ୍ୱ ଗ୍ରହଣ କରିବେ ଜଷ୍ଟିସ୍ ଏନ୍.ଭି ରମନା ।ବୋବଡେଙ୍କ ପରେ ବିଚାରପତି ଏନଭି ରମଣ ହେଉଛନ୍ତି ସୁପ୍ରିମକୋର୍ଡର ବରିଷ୍ଠ ବିଚାରପତି ।
ଏନଭି ରାମଣା ଦେଶର ୪୮ତମ ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ପାଇଛନ୍ତି । ସେ ୨୦୨୨ ଅଗଷ୍ଟ ୨୬ ପର୍ଯ୍ୟନ୍ତ ଦେଶର ପ୍ରଧାନ ବିଚାରପତି ରହିବେ । ସୁପ୍ରିମକୋର୍ଟର ଆଗାମୀ ଉତ୍ତରାଧିକାରୀଙ୍କ ନାମ ସୁପାରିସ କରିବା ପାଇଁ କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ଅନୁରୋଧ କରିଥିଲେ ।
ସେ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ୨୦୦୦ ମସିହା ଜୁନ୍ ୨୭ ତାରିଖରେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହାପରେ ୨୦୧୩ ମସିହା ମାର୍ଚ୍ଚ ୧୦ରୁ ମେ’ ୨୦ ତାରିଖ ପର୍ୟ୍ୟନ୍ତ ସେ ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ଆକ୍ଟିଂ ଚିଫ୍ ଜଷ୍ଟିସ୍ ଭାବେ ଦାୟିତ୍ୱ ତୁଲାଇଥିଲେ।