ଭୁବନେଶ୍ୱର(ଏଟିଆର ବ୍ୟୁରୋ):ରାଜ୍ୟରେ ଅନେକ ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ଅପରାହ୍ନ ୧ଟାରୁ୩୦ ରୁ ଆସନ୍ତାକାଲି ମଧ୍ୟାହ୍ନ ମଧ୍ୟରେ ୬ ଟି ଜିଲ୍ଲାରେ କାଳବୈଶାଖୀ ହେବାରେ ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସତର୍କ ଜାରି କରାଯାଇଛି ।
ଦକ୍ଷିଣ ଛତିଶଗଡ ଓ ଏହାର ପାଖାପାଖି ଅଞ୍ଚଳରେ ଝାଡଖଣ୍ଡଠାରୁ ପଶ୍ଚିମବଙ୍ଗ ଉପରେ ଘୂର୍ଣ୍ଣିବଳୟ ରହିଛି । ଏହାର ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଆଗାମୀ ୨ ରୁ ୩ ଦିନ ମଧ୍ୟରେ ତାପମାତ୍ରାରେ ବଡଧରଣର ସମ୍ଭାବନା ନାହିଁ ।
ସେହିପରି ୩ଦିନ ପରେ ତାପମାତ୍ରା୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା କରିଛି ଭୁୂବନେଶ୍ୱର ପାଣିପାଗ ବିଭାଗ କେନ୍ଦ୍ର । ସତର୍କ ଜାରି କରାଯାଇଥିବା ରାଜ୍ୟଗୁଡିକ ହେଲା ମାଲକାନଗିରି,କୋରାପୁଟ,ରାୟଗଡା,ଗଜପତି,ଗଞ୍ଜାମ,କନ୍ଧମାଳ,ନବରଙ୍ଗପୁର,ମୟୂରଭଞ୍ଜ,ନୟାଗଡ,ବାଲେଶ୍ୱର,ଜିଲ୍ଲା ଓ ଅନ୍ୟ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି ।
୬ ତାରିଖରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଯାହା ୧୦ ରୁ ୧୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ସେହିପରି ୮ ତାରିଖ ବେଳକୁ ଘୂର୍ଣ୍ଣିବଳୟ ହେବାର ସମ୍ଭାବନା ରହିଛି ବୋଲି ଡ.ସାହୁ ଆକଳନ କରିଛନ୍ତି ।