ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟର କିଛି କିଛି ସ୍ଥାନରେ ବିଜୁଳି,ଘଡଘଡି ସହ ବର୍ଷା ହୋଇପାରେ ବୋଲି ସମ୍ଭାବନା ରହିଛି । ଆଜି ସୁନ୍ଦରଗଡ,କେନ୍ଦୁଝର,ଦେବଗଡ,ଝାରସୁଗୁଡା,ସମ୍ବଲପୂର,ଅନୁଗୁଳ ବୈାଦ୍ଧ ଓ ମୟୂରଭଞ୍ଜରେ ବର୍ଷାର ସମ୍ଭାବନା ରହିଛି । ଏଣୁ ଆସନ୍ତା ୨ ଦିନ ପାଇଁ ଉକ୍ତ ଜିଲ୍ଲାଗୁଡିକରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାଣ୍ଣିଂ ଜାରି କରାଯାଇଛି ।
ରାଜ୍ୟର କିଛି କିଛି ଜିଲ୍ଲାର ସର୍ବାଧିକ ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରି ପର୍ୟ୍ୟନ୍ତ ଅଧିକ ରହିଥିବା ବେଳେ ଆସନ୍ତା ୫ ଦିନ ପର୍ୟ୍ୟନ୍ତ ଏହି ତାପମାତ୍ରା ଜାରି ରହିବ।ଭୁବନେଶ୍ୱରରେ ସପ୍ତାହ ପର୍ଯ୍ୟନ୍ତ ଗରମରୁ ଆଶ୍ୱସ୍ତି ମିଳିବ ସମ୍ଭାବନା କମ ରହିଛି । ଏପରିକି ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଡେଇଁପାରେ ।
ରାଜ୍ୟ୧୫ ଟି ସ୍ଥାନରେ ତାପମାତ୍ରା ୩୭ଡିଗ୍ରୀ ସେଲସିୟସ ଉପରେ ରହିଛି । ରାଜ୍ୟର ସର୍ବାଧିକ ବର୍ଷା ସିମିଳିଗୁଡ଼ାଠାରେ ୨୦ ମିମି ହୋଇଯାଇଛି। ସେହିପରି ଉପକୂଳ ଓଡ଼ିଶାର ଖୋର୍ଧା ଓ ଗଞ୍ଜାମ ଜିଲ୍ଲାରେ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିଥିଲା।