କଳାହାଣ୍ଡି (ଏଟିଆର ବ୍ୟୁରୋ): ଶିକାର ହେଲା କାଳ । ବାରହା ବଦଳରେ ଭଣଜା ହେଲେ ଶିକାର । ଏଭଳି ଏକ ଅଭାବନୀୟ ଘଟଣା କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଥାନା ଅନ୍ତର୍ଗତ ମୁକୁନ୍ଦପୁର ଗାଁରେ ଘଟିଛି । ଯାହା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି ।
ଖବରମୁତାବକ, ମୁକୁନ୍ଦପୁର ଗାଁରେ ରହୁଥିବା ଟେକରା ମାଝି ତାଙ୍କ ସମ୍ପର୍କୀୟ ଭଣଜାଙ୍କ ସହ ମିଶି ଜଙ୍ଗଲକୁ ବାରହା ଶିକାର କରିବା ଲାଗି ଯାଇଥିଲେ । ମାତ୍ର ଏଠି ବିଧିର ବିଧାନ କିଛି ଅଲଗା ଥିଲା । ମାମୁଁ ଟେକରା ମାଝି ବାରହାକୁ ଗୁଳି ମାରିବା ବେଳେ ଭୁଲ୍ ବସତଃ ଭଣଜାଙ୍କ ଦେହରେ ବାଜିଥିଲା । ଘଟଣାସ୍ଥଳରେ ଭଣଜା ଜଣଙ୍କର ମୃତ୍ୟୁ ଘଟିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିବା ସହ ମାମୁଁ ଟେକରାଙ୍କୁ ଅଟକ ରଖି ପଚରା ଉଚରା କରୁଛି ।