ଭୁବନେଶ୍ୱର ( ଏଟିଆର ବ୍ୟୁରୋ): କାଳିଆ ଗୁମର ଖୋଲିଲେ କୃଷି ମନ୍ତ୍ରୀ । ପାଖାପାଖି ୩ ଲକ୍ଷ ୪୧ ରୁ ଉର୍ଦ୍ଧ ଅଯୋଗ୍ୟ ହିତାଧୀକାରି କାଳିଆ ଯୋଜନାରେ ସାମିଲ ହୋଇଥିବା ସେ ସୂଚନା ଦେଇଛନ୍ତି । ଯେଉଁଥିରେ ୨୦ ହଜାର ଚାକିରିଆ ରହିଥିବା ଜଣା ପଡିଛି । କେବଳ ସରକାରୀ ଚାକିରିଆ ନୁହଁନ୍ତିି ପେନସନ ଭୋଗୀ ମଧ୍ୟ କାଳିଆ ଟଙ୍କା ନେଇଥିବା ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ ଅରୁଣ ସାହୁ । ଚାକିରିଆ ମାନେ ଏହି ଟଙ୍କାକୁ ଖୁବ ଶିଘ୍ର ଫେରାଇବାକୁ ସେ ନିର୍ଦେଶ ଦେଇଛନ୍ତି ।
ଯଦି ସେମାନେ ଏହି ଟଙ୍କାକୁ ନ ଫେରାନ୍ତି ତେବେ ସେମାନଙ୍କ ଦରମାରୁ ଏହି ଟଙ୍କାକୁ ଭରଣା କରାଯିବ ବୋଲି ଜଣା ପଡିଛି । ଏମିତିକି ୯ ହଜାର ନାବାଳକ ଓ ନାବାଳିକା ବି କାଳିଆ ସହାୟତା ପାଇଛନ୍ତି। ୩ ଲକ୍ଷ ଲୋକ ପରିବାରର ଏକାଧିକ ବ୍ୟକ୍ତି ଟଙ୍କା ପାଇଛନ୍ତି । ତେବେ ବର୍ତ୍ତମାନ ପରିବାରର ଏକାଧିକ ବ୍ୟକ୍ତି ଟଙ୍କା ପାଇଛନ୍ତି ସେମାନଙ୍କ ପରିବାରର ଜଣକୁ ସହାୟତା ମିଳିବ ଓ ପର କିସ୍ତିରେ ଏହାକୁ ଭରଣା କରାଯିବ ବୋଲି କହିଛନ୍ତି ମନ୍ତ୍ରୀ।