ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରବିବାରଠାରୁ ଆରମ୍ଭ ହୋଇଯାଇଛି ‘କାଳିଆ’ କଲ୍ ସେଣ୍ଟର । ୨୪ ଘଣ୍ଟା କାମ କରିବ ଏହି କଲ୍ ସେଣ୍ଟର । ଚାଷୀମାନେ ଅସୁବିଧା ଏବଂ ସମସ୍ତ ତଥ୍ୟ ପାଇ ପାରିବେ କଲ୍ କରି । ତେବେ ମୁଖ୍ୟମନ୍ତ୍ରୀ କଲ୍ ସେଣ୍ଟର ପରିଦର୍ଶନ କରି ଏପରି କହିଛନ୍ତି । ମୁଖ୍ୟମନ୍ତ୍ରୀ କଲ୍ ସେଣ୍ଟରରେ ବସି ନିଜେ ମଧ୍ୟ ଚାଷୀଙ୍କ ସହ କଥା ହୋଇଥିବା ନଜରକୁ ଆସିଥିଲା । ଜାନୁଆରୀ ୫ରୁ ଖୋଲାଯାଇଥିଲା କାଳିଆ କଲ ସେଣ୍ଟର । ଭୁବନେଶ୍ୱର ଓକାକ୍ ବିଲଡିଂରେ ଏହି କଲ ସେଣ୍ଟର ରହିଛି । କଲ ସେଣ୍ଟରରୁ ଚାଷୀଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇଛନ୍ତି । ୧୮୦୦-୫୭୨-୧୧୨୨ ନମ୍ବରରେ ବିନା ଦେୟରେ କଲ କରି ଯୋଜନା ସଂପର୍କରେ ସୂଚନା ପାଇପାରିବେ ।
ସରକାରଙ୍କ କାଳିଆ ଯୋଜନା ମାଧ୍ୟମରେ ରାଜ୍ୟର ଭାଗ ଚାଷୀ ଏବଂ ଚାଷୀ ସମସ୍ତେ ଉପକୃତ ହେବେ । ସରକାରଙ୍କର ଏହି ଯୋଜନାକୁ ବହୁ ପ୍ରଂଶସା କରାଯାଇଛି । ତେବେ ଆସନ୍ତା ୨୬ ତାରିଖ ସୁଦ୍ଧା ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଆସିବ ବୋଲି ଶନିବାର ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଘୋଷଣା କରିଥିଲେ । ପ୍ରଥମ ପର୍ଯ୍ୟାୟରେ ୧୨ ଲକ୍ଷ ୪୦ ହଜାର ଚାଷୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ଏହି ଚାଷୀଙ୍କ ଆକାଉଣ୍ଟକୁ ପ୍ରଥମ ପର୍ଯ୍ୟାୟରେ ଟଙ୍କା ଆସିବ । ତେବେ ୧୫ ତାରିଖ ପରେ ଆଉ ହିତାଧିକାରୀଙ୍କ ଫର୍ମ ବାକି ଆକାଉଣ୍ଟକୁ ପଠାଯିବ । ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ ସୂର୍ୟ୍ୟ ନାରାୟଣ ପାତ୍ର ।