ଯାଜପୁର (ଏଟିଆର ବ୍ୟୁରୋ); ସ୍ଥାନୀୟ କଳିଙ୍ଗ ନଗରରେ ଶିକ୍ଷିତ ବେକାରୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ ଯୋଗ୍ୟତା ନଥାଇ ମଧ୍ୟ କିଛି ବ୍ୟକ୍ତି ବଡ ବଡ ପଦବୀ ମାଡି ବସିଥିବା ଅଭିଯୋଗ ହୋଇଛି । କଳିଙ୍ଗ ନଗର ଅଞ୍ଚଳରେ ଥିବା ନୀଳଚଳ ଇସ୍ପାତ କାରଖାନରେ ଘଟିଛି ଏଭଳି ଘଟଣା । ଯାହାକି ସ୍ଥାନୀୟ ଅଞ୍ଚଳରେ ଲୋକମାନେ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି । ସୂଚନା ଥାଉ କି ଉକ୍ତ କାରଖାନାରେ କାର୍ଯ୍ୟରତ ସ୍ୱାଧୀନ ପଣ୍ଡା ନାମକ ଜଣେ ବ୍ୟକ୍ତି ପୂର୍ବରୁ ଏକ ସିମେଣ୍ଟ କମ୍ପାନୀ,ଅନ୍ୟାନ୍ୟ କିଛି କମ୍ପାନୀରେ ଗନମ୍ୟାନ ଏବଂ ସିକ୍ୟୁରୁଟି ସୁପରଭାଇଜର ଭାବରେ କାର୍ଯ୍ୟ କରୁଥିଲେ । କିନ୍ତୁ କିଛି ବର୍ଷପୂବେ ସେ ନୀଳାଚଳ ଇସ୍ତାତ କାରଖାନାରେ ଚିଫ ସିକ୍ୟୁରୁଟି ଅଫିସର ଭାବେ ନିଯୁକ୍ତି ହୋଇଥିଲେ ।
କିଛି ଦୁର୍ନୀତି ଖୋର ଏବଂ ଉଚ୍ଚ ପଦାଧିକାରୀଙ୍କ ତେଲ ମାଲିସ କରି ନିଜେ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀକୁ ହାତେଇ ନେଇଛନ୍ତି ସ୍ୱାଧୀନ । ଯାହାକୁ ଶ୍ରମିକମାନେ ଘୋର ବିରୋଧ କରିଥିଲେ । ଶ୍ରମିକମାନଙ୍କ ଘୋର ବିରୋଧ ଏବଂ ନାରାବାଜି ପରେ ନୀଳାଚଳ କତ୍ତୃପକ୍ଷ ଏ ଦିଗରେ ହସ୍ତକ୍ଷେପ କରି ଉକ୍ତ ଯୁବକର ସେହି ପଦବୀ ପାଇଁ ଯୋଗ୍ୟତା ନାହିଁ ଏଣୁ ତାଙ୍କୁ ତୁରନ୍ତ ସେହି ପଦବୀରୁ ବାହାର କରି ଗନମ୍ୟାନ ପଦବୀରେ ନିୟୋଜିତ କରାଯାଉ ବୋଲି ନୋଟିସ ହୋଇଥିଲା । ତେବେ ଏହି ନୋଟିସକୁ ବହୁଦିନ ବିତି ଯାଇଥିଲେ ସୁଦ୍ଧା ଯୁବକ ଜଣକ ସେହି ପଦବୀରେ ରହିଛନ୍ତି ।
ତେବେ ସେ ପଦବୀ ଛାଡୁନଥିବାରୁ ସ୍ଥାନୀୟ ଶ୍ରମିକମାନେ ନୀଳାଚଳ କତ୍ତୃପକ୍ଷଙ୍କୁ ଦାୟୀ କରୁଛନ୍ତି । ଏଭଳି ଦୁର୍ନୀତି ଖୋର ଜଗୁଆଳିକୁ ଯଦି ଗୁରୁତ୍ୱପୂର୍ଣ୍ଣ ପଦବୀ ଦିଆଯାଏ ତାହେଲେ କତ୍ତୃପକ୍ଷ ଘୋର କ୍ଷତି ସହିବେ ବୋଲି ଶ୍ରମିକମାନେ ଅଭିଯୋଗ କରିଛନ୍ତି । ପୂର୍ବରୁ ସେ ବହୁତ ବାଦ ବିବାଦରେ ଜଡିତ ଥିବା ଶୁଣିବାକୁ ମିଳିଛି । ସେ ଯଦି ତୁରନ୍ତ ପଦବୀ ନ ଛାଡନ୍ତି ଏବଂ ଗନମ୍ୟାନ ପଦବୀରେ ନିଯୁକ୍ତି ନହୁଅନ୍ତି ତେବେ କାରଖାନାର ମୁଖ୍ୟ ଫାଟକରେ ତାଲା ପକାଇବେ ବୋଲି କିଛି ସ୍ଥାନୀୟ ଯୁବକ ଏବଂ ଶ୍ରମିକମାନେ ଚେତାବନୀ ଦେଇଛନ୍ତି ।