କନ୍ଧମାଳ(ଏଟିଆର ବ୍ୟୁରୋ); ରାଜ୍ୟ ସରକାର ଗ୍ରାମାଞ୍ଚଳରେ ନୂଆ ଯୋଜନା କରି ଜନତାଙ୍କ ସେବା କରୁଛନ୍ତି ବୋଲି ଡେଙ୍ଗୁରା ପିଟୁଥିବା ବେଳେ ଏବେ ଲୋକ ବହୁ ଅସୁବିଧାର ସମୁଖୀନ ହେଉଛନ୍ତି । ତେବେ ଏଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି କନ୍ଧମାଳର ଜିଲ୍ଲାର କେ ନୂଆଗାଁ ବ୍ଳକର ଅଧିବାସୀ । ଏହି ବ୍ଳକର ଗୁଞ୍ଜିବାଡ଼ି ପଞ୍ଚାୟତ ବିରନ୍ଦାପଡ଼ା ଗାଁକୁ ଗଲେ ଜଣେ ସ୍ପଷ୍ଟ ବାରି ଦେଇ ପାରିବ। ଶିକ୍ଷା, ସ୍ବାସ୍ଥ୍ୟ ତ ଦୂରର କଥା ଗାଁକୁ ଯିବାକୁ ପକ୍କା ରାସ୍ତାଟିଏ ବି ତିଆରି ହୋଇପାରିନି। ପାଖାପାଖି ୫ ଶହ ପରିବାର ପାଇଁ ନଦୀ ଉପର ଦେଇଥିବା ଝୁଲା ତାର ହିଁ ଏକ ମାତ୍ର ସାହାଭରସା। ଖାଲି ଏତିକି ନୁହେଁ, ବିରନ୍ଦାପଡ଼ା ଗାଁ ସ˚ଲଗ୍ନ ଦ୍ରେପାଙ୍ଗା, ଚାନ୍ଦାବାଜୁ, ବଡ଼ବୋଇ, ଜ୍ରାବାକେତା, ସଲାଙ୍ଗିଆ, ଗୁଡ୍ରିକିଆ ଗ୍ରାମବାସୀଙ୍କ ପାଇଁ ମଧୢ ଏହି ଝୁଲା ତାର ଜୀବନରେଖା ବୋଲି କହିଲେ ଜମାରୁ ଅତ୍ୟୁକ୍ତି ହେବନି।
ରାଇକିଆ ଓ କ.ନୂଆଗାଁ ପଞ୍ଚାୟତକୁ ଆସିବା ପାଇଁ ଛାତ୍ରଛାତ୍ରୀଙ୍କଠୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକେ ଏହି ଝୁଲା ତାର ଉପରେ ନିର୍ଭର କରିଥାନ୍ତି। ତେବେ ପ୍ରତିଦିନ ସକାଳେ ଶତାଧିକ ସ୍କୁଲ ପିଲା ଏହି ଝୁଲା ତାର ଉପରେ ଚଢି ଯାଉଥିବାରର ଦୃଶ୍ୟ ଅତ୍ୟନ୍ତ ବିପଜ୍ଜନକ।ଏଣୁ ଏବେ ପ୍ରଶ୍ନ ଉଠିଛି ଏଭଳି ଆଉ କେତେଦିନ ଚାଲିବ । ବିପଦକୁ ସାମ୍ନା କରି କଣ ଏହି ପିଲାମାନେ ସବୁ ଦିନ ଏଭଳି ବିଦ୍ୟାଳୟକୁ ଯିବେ ।