ବଲାଙ୍ଗୀର (ଏଟିଆର ବ୍ୟୁରୋ) ; କଣ୍ଟାବାଞ୍ଜି ବିକାଶ ମଞ୍ଚର କର୍ମକର୍ତ୍ତା ମାନେ ଦେଇଛନ୍ତି ଧାରଣା । ବଲାଙ୍ଗୀର ଜିଲ୍ଳା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ତିନୋଟି ବ୍ଳକକୁ ମରୁଡି ଘୋଷଣା ଦାବୀରେ ଆନ୍ଦୋଳନ କରିଛନ୍ତି । ଏମାନେ ଆଜି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବସିଥିବା ଦେଖିବାକୁ ମିଳିଛି । ତୁରେକେଲା,ବଙ୍ଗୋମୁଣ୍ଡା ଏବଂ ମୁରିବାହାଲ ବ୍ଳକରେ ସ୍ୱଳ୍ପ ବୃଷ୍ଟି ଏବଂ ଚକଡା ପୋକ ଲାଗି ବ୍ୟାପକ ଫସଲ ନଷ୍ଟ ହୋଇଛି । ଏଣୁ ରାଜ୍ୟ ସରକାର ଏହି ତିନୋଟି ବ୍ଳକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ।
ଗତ କାଲି ମୁଖ୍ୟମନ୍ତ୍ରୀ ରାଜ୍ୟର ୯ଟି ଜିଲ୍ଲାକୁ ମରୁଡି ଘୋଷଣା କରିଛନ୍ତି । ଏହି ୯ ଜିଲ୍ଳା ମଧ୍ୟରୁ ବଲାଙ୍ଗୀର ଯାଇଥିଲେ ମଧ୍ୟ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଏହି ୩ଟି ବ୍ଳକ ସମ୍ପୂର୍ଣ୍ଣ ମରୁଡି ଘୋଷଣା ହୋଇନାହିଁ । ଏଣୁ ବିକାଶ ମଞ୍ଚ ପକ୍ଷରୁ ମରୁଡି ଘୋଷଣା ଦାବୀରେ ଏହି ଆନ୍ଦୋଳନ କରାଯାଇଛି । ତେବେ ସରକାର ଏମାନଙ୍କ କଥା ବୁଝି କେବେ ମରୁଡି ଘୋଷଣା କରିବେ ଏହା ଉପରେ ସମସ୍ତଙ୍କ ନଜର । କାରଣ ଏଠାରେ ନିଜର ଝାଳ ବୁହାଇ କରିଥିବା ଫସଲ ଉଜୁଡି ଯିବା ପରେ ଚାଷୀମାନେ ହତାସ ହୋଇ ସରକାରୀ ସହାୟତାକୁ ଚାହିଁ ବସିଛନ୍ତି ।