କଣ୍ଟାବାଞ୍ଜି(ଏଟିଆର ବ୍ୟୁରୋ): କେନ୍ଦ୍ର ସରକାର ସାରା ଦେଶରେ ଏନଆରସି, ସିଏଏ, ଏନପିଆରକୁ ଲାଗୁ କରିଛନ୍ତି । ଏହା ଲାଗୁ ହେବା ଦିନ ଠାରୁ ସାରା ଦେଶରେ ହିଂସା ଦେଖିବାକୁ ମିଳିଛି । ଏହାର ପ୍ରଭାବ ଓଡିଶାରେ ମଧ୍ୟ ଦେଖିବାକୁ ମିଳିଛି । ବିଜେପି ପକ୍ଷରୁ ସିଏଏକୁ ନେଇ ରାଜ୍ୟରେ ସଚେତନତା ରାଲି କରାଯାଉଛି । ଇଚ୍ଛି ମଧ୍ୟରେ ଆଜି ସିଏଏ, ଏନଆରସି, ଏନପିଆରକୁ ବିରୋଧ କରି କଣ୍ଟାବାଞ୍ଜି, ସୋନପୁରରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । କଣ୍ଟାବାଞ୍ଜି ମାଇନରିଟି ଜଏଣ୍ଟ ଆକ୍ସନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ସେହିଭଳି ସୋନପୁର ବହୁଜନ ମୋର୍ଚ୍ଚା ଏବଂ ଭୀମ୍ ଦଳ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ରାଉରକେଲାରେ ବହୁଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି ।
ବନ୍ଦ ପ୍ରଭାବରେ ରାଉରକେଲା, ସୋନପୁର, କଣ୍ଟାବାଞ୍ଜିେରେ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ବନ୍ଦ ରହିଛି । ରାଉରକେଲାରେ ଅନ୍ଦୋଳନକାରୀ ମାନେ ବିଶ୍ରା ଛକରେ ରାସ୍ତାରୋକ କରିଥିଲେ । ତେବେ ସେଠାରେ ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ହଟାଇବା ସହ କିଛି ଜଣଙ୍କୁ ଅଟକ ରଖିଥିବାର ସୂଚନା ମିଳିଛି ।