ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିଠୁ ଆରମ୍ଭ ହୋଇଛି କାର୍ତ୍ତିକ ମାସ । ଏନେଇ ଶ୍ରୀକ୍ଷେତ୍ର ପୁରୀରେ ହବିଷ୍ୟାଳିଙ୍କ ଭିଡ ଜମିଛି । କିନ୍ତୁ କାର୍ତ୍ତିକ ବ୍ରତର ପ୍ରଥମ ଦିନରୁ ୩ ଜଣ ହବିଷ୍ୟାଳି ଅସୁସ୍ଥ ହୋଇ ପଡିଛନ୍ତି । ସେମାନଙ୍କୁ ଚିକିତ୍ସା କରିବା ଲାଗି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଶ୍ରୀକ୍ଷେତ୍ରରେ ୨୩୦୦ ହବିଷ୍ୟାଳି ମାନଙ୍କର ରହିବା ଏବଂ ଖାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେଥିପାଇଁ ଚାରୋଟି ସ୍ଥାନରେ ହବିଷ୍ୟାଳି କେନ୍ଦ୍ର ଖୋଲା ଯାଇଛି । ସେହି ଆଶ୍ରୟସ୍ଥଳୀ ମଧ୍ୟରୁ ରେଳବାଇ ଆଶ୍ରୟସ୍ଥଳୀରେ ଥିବା ୩ ଜଣ ହବିଷ୍ୟାଳି ଅସୁସ୍ଥ ହୋଇ ପଡିଛନ୍ତି ।