ଆଠଗଡ (ଏଟିଆର ବ୍ୟୁରୋ): ଦେବଙ୍କର ଦେବ ମହାଦେବଙ୍କର କାଉଡି ଯାତ୍ରା ଚାଳିଛି । ଆଜି କାଉଡି ଯାତ୍ରାର ଦ୍ୱିତୀୟ ସୋମବାର । ବୋଲବମ୍ ପାର୍ କରେଗା… ଏହି ଶଦ୍ଧରେ କମ୍ପି ଉଠୁଛି ରାଜରାସ୍ତା । ଏହା ସହିତ ରାଜ୍ୟର ସମସ୍ତ ଶୈବ ପୀଠ ଚଳଚଞ୍ଚଳ ହୋଇ ପଡିଛି । କିନ୍ତୁ ଦୁଃଖର ବିଷୟ ଶିବଙ୍କୁ ଜଳଲାଗି କରିବା ପାଇଁ ଆସିଥିବା ଏକ ଭକ୍ତଙ୍କ ମୃତ୍ୟୁ ଘଟିଛି ।
ଖବରମୁତାବକ, ଆଠଗଡ ଅଞ୍ଚଳ ପାଇକେରାପୁରରେ ଜଣେ ଶିବ ଭକ୍ତ କାଉଡି ଯାତ୍ରା କରୁଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଛି । ରାସ୍ତା କଡରେ ହଜାର ହଜାର କାଉଡିଆଙ୍କୁ ଦେଖିବାକୁ ମିଳୁଥିବା ବେଳେ ସେହି ସମୟରେ ଏକ କାଉଡିଆ ରାସ୍ତା କଡରେ ପଡି ମୃତ୍ୟୁ ବରଣ କରିଥିବା ଜାଣିବାକୁ ମିଳିଥିଲା । ମାତ୍ର ଏଯାବତ୍ କାଉଡିଆ ଜଣଙ୍କ ପରିଚୟ ନ ମିଳିବା ସହିତ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ ।