କେନ୍ଦ୍ରାପଡା (ଏଟିଆର ବ୍ୟୁରୋ): ଆଜି ଓଡିଶାରେ ଚତୁର୍ଥ ପର୍ଯ୍ୟାୟ ପାଇଁ ନାମାଙ୍କନ ଶେଷ ଦିନ ହୋଇଥିବାରୁ ଉପକୂଳ ଓଡିଶାର ବିଭିନ୍ନ ଆସନରୁ ନାମାଙ୍କନ କରିବେ ପାର୍ଥୀ । ଏଇ ଭିତରେ ଆଜି ସମସ୍ତଙ୍କ ନଜର ରହିଛି କେନ୍ଦ୍ରାପଡା ଉପରେ । ଗତକାଲି ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡା ଆସନ ପାଇଁ ଶଶିଭୂଷଣଙ୍କ ନାମ ଘୋଷଣା କରିଛନ୍ତି । ବିଧାନସଭାର ୧୪୭ ଆସନରୁ ବିଜେଡି ୧୪୬ ଆସନ ଘୋଷଣା କରି ସାରିଥିବା ବେଳେ କେବଳ ଗୋଟିଏ ବିଧାନସଭା ଆସନ କେନ୍ଦ୍ରାପଡା ବାକି ରହିଥିଲା ଯାହା ଉପରେ ସମସ୍ତଙ୍କ ନଜର ରହିଥିଲା । ମୁଖ୍ୟ ମନ୍ତ୍ରୀ କାହାକୁ ଭରସା କରିବେ ? କାହା ମୁଣ୍ଡରେ ହାତୀ ସୁନା କଳସୀ ଢାଳିବ ତାକୁ ନେଇ କାଲି ଦିନ ତମାମ ଚର୍ଚ୍ଚା ଲାଗି ରହିଥିଲ ।
ଗତକାଲି ମୁଖ୍ୟମନ୍ତ୍ରୀ ଏହି ଆସନରୁ ଜୟଦେବର ବିଧାୟକ ଶଶିଭୂଷଣ ବେହେରାଙ୍କୁ ଟିକେଟ ଦେଇଛନ୍ତିି । ସେହିଭଳ ବିଜେଡିି ସାଂସଦ ପ୍ରାର୍ଥୀ ଅନୂଭବ ମହାନ୍ତି ମଧ୍ୟ ଆଜି ନାମାଙ୍କନ ଭରିବାର କାର୍ଯ୍ୟକମ ରହିଛି । ସୂଚନା ଅନୁସସାରେ ଏକ ବିଶାଳ ଶୋଭାଯାତ୍ରାରେ ଉଭୟ ଯାଇ ନାମାଙ୍କନ ଭରିବେ । ଉକ୍ତ ଆସନରୁ ବିପକ୍ଷ ଦଳ ମାନଙ୍କର ପ୍ରାର୍ଥୀ ମାନେ ନାମାଙ୍କନ କରି ସାରିଥିବା ବେଳେ ବିଜେଡି ର କେନ୍ଦ୍ରାପଡା ଆସନର ଟିକେଟ ଅର୍ନ୍ତଦ୍ୱନ୍ଦ ରୁ କିଏ ସେଠାରେ ବିଜେଡି ପ୍ରାର୍ଥୀ ହବ ତାକୁ ନେଇ ସେଠାରେ ଚାଲିଥିଲା ଅଙ୍କ କଷା ।
ସୂଚନା ଅନୁସାରେ ଉକ୍ତ ଆସନ ପାଇଁ କେନ୍ଦ୍ରପଡାର ପୂର୍ବତନ ବିଧାୟକ ଅଶୋକ ତରେଇଙ୍କ ନାମ ମଧ୍ୟ ଚର୍ଚ୍ଚାରେ ଥିଲା । ସେହିଭଳି ଅନୁଭବଙ୍କ ବିପକ୍ଷରେ ଏଠାରେ ବିଜେପି ରାଷ୍ଟ୍ରୀୟ ଉପାଧକ୍ଷ ଓ ମୁଖପାତ୍ର ବୈଜୟନ୍ତ ପଣ୍ଡା ରହିଛନ୍ତି । ଯେହେତୁ ବିଜେଡିରୁ ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡାରୁ ପୂର୍ବରୁ ସାଂସଦ ରହିଥିଲେ ତେଣୁ କେନ୍ଦ୍ରାପଡା ଉପରେ ଏବେ ରାଜ୍ୟର ନଜର ରହିଛି ।