ଭୁବନେଶ୍ୱର(ଏଯିଆର ବ୍ୟୁରୋ): ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ସଂକ୍ରମଣଙ୍କ ସଂଖ୍ୟା । କଟକ ଓ ପରେ ଭୁବନେଶ୍ୱର ଏପରିକି ଭୁବନେଶ୍ୱରରେ ଅନେକ ଶିକ୍ଷାନୁଷ୍ଠାନ ମାନଙ୍କରେ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି । ଆଜି ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟରୁ ୧ ଛାତ୍ର କରୋନାର ଶିକାର ହୋଇଛନ୍ତି ।
ଛାତ୍ର ଜଣକ ଗୋଟେ ଦିନ ପରୀକ୍ଷା ଦେବା ପାଇଁ ସେ ସ୍କୁଲ ଆସିଥିଲେ । ଏହାସହ ତାଙ୍କର ଲକ୍ଷଣ ଦେଖାଦେବ ାରୁ କରୋନା ଟେଷ୍ଟ କରିଥିଲେ । ଓ ତାଙ୍କ ନମୁନା ପଜିଟିଭ ଟ୍ରେସିଂ ଜାରିଥିଲେ । ତେବେ ଆବଶ୍ୟକ ପଡିଲେ ସ୍କୁଲ ପଦକ୍ଷେପ ନିଆଯିବ ବୋଲି ସ୍କୁଲ କତ୍ତୃପକ୍ଷ ସୂଚନା ଦେଇଛନ୍ତି ।ଏବଂ ଏହା ପରେ ଛାତ୍ରଛାତ୍ରୀଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି ।
ଏହାସହ ଆଜି ବିଦ୍ୟାଳୟର ଅନ୍ୟ ଛାତ୍ରଛାତ୍ରୀଙ୍କ ସହ ନମୁନା ପରୀକ୍ଷା କରିବ ବିଏସି । ବିଏମସି ତରଫରୁ କ୍ୟାମ୍ପସ କରାଯାଇ କୋଭିଡ୍ ଟେଷ୍ଟ କରାଯିବ । ଏନେଇ ଇନଚାର୍ଜ ପ୍ରିନ୍ସିପାଲ ଭୂପେନ୍ଦ୍ର ସିଂ ସୂଚନା ଦେଇଛନ୍ତି ।