ଭୁବନେଶ୍ୱର (ଏଟିଆର ବ୍ୟୁରୋ); ସରିଲା ଖଣ୍ଡଗିରି ଯାତ୍ରା ମହାସମର । ବହୁ ବାଦ ବିବାଦରେ ସରିଲା ଯାତ୍ରା । କେଉଁ ପାର୍ଟିରେ ପିଠି ଦେଖା ଫୁଙ୍ଗୁଳା ଡ୍ୟାନ୍ସ ତ ଆଉ କେଉଁଠି ପର୍ସ ଚୋରୀ ଏବଂ ମହିଳାଙ୍କୁ ଅସଦାଚରଣ ହୋଇଥିଲା । ଏଭଳି ଭାବରେ ସରିଯାଇଛି ଚଳିତ ବର୍ଷର ମହାସମର । ଭାଗ ନେଇଥିବା ସମସ୍ତ ପାର୍ଟି ନିଜର ଦବଦବା ଜାରି ରଖିଥିଲେ । ଶେଷ ଦୁଇ ଦିନ ବହୁ ଲୋକଙ୍କ ଭିଡ ଜମିଥିଲା । ଛୁଟି ହୋଇଥିବାରୁ ଯାତ୍ରା ଦେଖିବା ପାଇଁ ଯାତ୍ରା ପ୍ରେମୀଙ୍କ ସୁଅ ଛୁଟିଥିଲା । ଯାତ୍ରା ଦେଖିବା ସହିତ ଘର କରଣା ଜିନିଷ କିଣିବା ଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀ କିଣିବା ପାଇଁ ମଧ୍ୟ ଲୋକଙ୍କର ଭିଡ ।
ଯାତ୍ରା ମହାସମରରେ ଭାଗ ନେଇଥିବା ସବୁ ପାର୍ଟି ଦର୍ଶକଙ୍କ ମନମୋହିବା ପାଇଁ ପ୍ରୟାସ କରିଥିଲେ । କିଏ ମୋଲୋଡିରେ ବିଦେଶୀ ଡ୍ୟାନ୍ସରଙ୍କୁ ଆଣି ନଚାଇଥିଲା ତ ଆଉ କିଏ ବଲିଡର ଡ୍ୟାନ୍ସର । ସବୁ ପାର୍ଟି ମୁଖ୍ୟତଃ ମେଲୋଡି ଉପରେ ଧ୍ୟାନ ଦେଇଥିଲେ । ଏଣୁ ପ୍ରଥମରୁ ଦର୍ଶକଙ୍କ ମନମୋହିବା ପାଇଁ ରଙ୍ଗମଞ୍ଚରେ ବିଭିନ୍ନ ପ୍ରକାର ଛୁଙ୍କ ଦେଇଥିଲେ । ଚଳିତ ବର୍ଷ ଯାତ୍ରା ସଚ୍ଚିତାନନ୍ଦମ ପକ୍ଷରୁ କରାଯାଇଥିବା ମେଲୋଡି କାର୍ଯ୍ୟକ୍ରମକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା । ଛତିଶଗଡି ଡ୍ୟାନ୍ସର ରାନୀଙ୍କ ଠୁମକା ଦେଖିବା ପାଇଁ ଦର୍ଶକଙ୍କ ସୁଅ ଛୁଟିଥିଲା । ଷ୍ଟେଜରେ ଅର୍ଦ୍ଧଫୁଙ୍ଗୁଳା ଦେହ ସୁନସାନ ରାତିରେ ଦର୍ଶକଙ୍କ ମନକୁ ମୋହିଥିଲା । ତେବେ ଯାହାକୁ ନେଇ ବିଭିନ୍ନ ବାଦ ବିବାଦ ମଧ୍ୟ ଉପୁଜିଥିଲା । ରାନୀ ଦର୍ଶକଙ୍କ କାନ କାମୁଡି ଦେଇଥିବା ମଧ୍ୟ ଦେଖିବାକୁ ମିଳିଥିଲା ।
ଚଳିତ ବର୍ଷ ସବୁ ପାର୍ଟିର ନାଟକ ଗୁଡିକ ମଧ୍ୟ ଦର୍ଶକଙ୍କ ମନମୋହିଥିବା ଶୁଣିବାକୁ ମିଳିଛି । ନିର୍ବାଚନ ପାଖେଇ ଆସୁଥିବାରୁ ଗୈାରୀ ଗଣନାଟ୍ୟ ‘ଗୌରୀ ନାନୀର ନୂଆ ଠିକଣା’ ନାଟକ ପରିବେଶଣ କରିଥିଲା ଯାହାକି ସମସ୍ତଙ୍କ ମନମୋହିଥିଲା । ତେବେ କେବଳ ଗୌରୀ କାହିଁକି ସବୁ ପାର୍ଟିର ନାଟକ ବେଶ ଉଚ୍ଚ କୋଟିର ଥିଲା ବୋଲି ଦର୍ଶକମାନେ କଥା ହେଉଛନ୍ତି । ଶେଷ ରାତିରେ କଳିଙ୍ଗ ଗଣନାଟ୍ୟ ତରଫରୁ ଠିକଣା ହଜିଛି ଜଗା ହାତରେ ନାଟକ ପରିବେଷଣ କରାଯାଇଥିଲା। ସେହିପରି କୋଣାର୍କ ‘ସଇତାନ’, ବିଶ୍ୱଦରବାର ‘ଚଉଠି ରାତିର ଚଉଦ କଥା’ ତୁଳସୀ ‘ସୀତା ଦେବେ ଆଜି ଅଗ୍ନିପରୀକ୍ଷା’ ନାଟକ ପରିବେଶ କରିଥିଲେ।