ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଯାହାକୁ ନେଇ ସବୁଠି ଚର୍ଚ୍ଚା । ନିର୍ବାଚନ ପୂର୍ବରୁ ସବୁଠି ଦେଖା ଦେଇଛି ରାଜ ନୈତିକ ଉଷ୍ମତା । ତେବେ ଏଥିରୁ ବାଦ ପଡିନି ଖଣ୍ଡଗିରି କୁମ୍ଭମେଳାରେ ପଡିଥିବା ଯାତ୍ରା ପାର୍ଟି । ରାଜନୀତି ନଥିଲେ କିଛି ହେବନି । ରାଜନେତାଙ୍କ ଇଛାରେ ସବୁ କିଛି ଚାଲିଛି । ସେମାନଙ୍କ ନିର୍ଦ୍ଦେଶରେ ସମସ୍ତେ ଉଠୁବସ ହୋଇଥାନ୍ତି । ତେବେ ଯଦି କେହି ନେତା ମନ୍ତ୍ରୀଙ୍କ କଥା ନଶୁଣେ ସେ କଷ୍ଟ ସହିବାଟା ସୁନିଶ୍ଚିନ୍ତ । ଏହି ନେତାମାନେ ଚାହିଁଲେ ନାବାଳିକାକୁ ଦୁଷ୍କର୍ମ କରିବେ ଏବଂ କେସକୁ ମଧ୍ୟ ଚପାଇ ଦେବେ । ମାତ୍ର ଯଦି କେହି ଏହାର ସ୍ୱର ଉତ୍ତୋଳନ କରେ ତେବେ ତାର ମରଣ । ଏବେ ଆପଣ ଭୁବୁଥିବେ ନାଁ ଆମେ କାହିଁକି ରାଜନେତାଙ୍କୁ ମନଇଛା ଗାଳି କରୁଛୁ । କେବଳ ଆମେ କାହିଁକି ଆପଣ ମଧ୍ୟ ଗାଳି କରିବେ । ଯଦି ଥରେ ଗୌରୀ ଗଣନାଟ୍ୟର ନାଟକ ଦେଖିବେ ।
ସୂଚନା ଯୋଗ୍ୟ ଖଣ୍ଡଗିରି କୁମ୍ଭମେଳାରେ ଭାଗ ନେଇଥିବା ଗୌରୀ ଗଣନାଟ୍ୟ ଚଳିତ ବର୍ଷ ପ୍ରଥମ ରାତ୍ରିରୁ ସମସ୍ତ ଦର୍ଶକଙ୍କ ମନ ମୋହିଛି । ପ୍ରଥମ ଦିନରେ ଅନୁଷ୍ଠାନ ପକ୍ଷରୁ ‘ଗୌରୀ ନାନିର ନୂଆ ଠିକଣା’ ନାଟକ ପରିବେଶଣ କରାଯାଇଥିଲା । ଯେଉଁଥିରେ ଜଣେ ସାଧାସିଧା ନାରୀ ରାଜନୀତିରେ ପାଦ ଦେବା ଏବଂ ବିଧାୟକଙ୍କ କଥା ନଶୁଣି କିଭଳି ଠିକଣା ବଦଳି ଯାଇଛି ତାକୁ ଦେଖିବାକୁ ମିଳିଛି । ଯାତ୍ରା ଜଗତର ଚର୍ଚ୍ଚିତ ଚେହେରା ହର ବାରିକଙ୍କ ଦ୍ୱାରା ଏହି କାହାଣୀଟି ରାଚନା କରାଯାଇଛି ଏବଂ ସେ ଏହି ନାଟକର ନିର୍ଦ୍ଦେଶନା ଭାର ମଧ୍ୟ ସମ୍ଭାଳିଛନ୍ତି । ତେବେ କାହାଣୀଟି ସମ୍ପୂର୍ଣ୍ଣ ଭାବରେ ଦର୍ଶକଙ୍କ ମନ ମୋହିଛି । ଏବଂ କାହାଣୀର ସଳାଂପ ଅତି ସୁନ୍ଦର ହୋଇଛି ।
କାହାଣୀର ବିଷୟ ବସ୍ତୁ ରହିଛି ଗୌରୀ ନାନିଙ୍କୁ ନେଇ । ଗୌରୀ ହେଉଛନ୍ତି ତାଙ୍କ ଅଞ୍ଚଳର ଜଣେ ସ୍ୱେଛାସେବୀ ମହିଳା । ଗରୀବ ଲୋକଙ୍କ ଦୁଃଖରେ ସୁଖରେ ଠିଆ ହୁଅନ୍ତି । ଏଣୁ ସ୍ଥାନୀୟ ବିଧାୟକ ତାଙ୍କୁ ଚେୟାରମ୍ୟାନ କରାଇବା ପାଇଁ ଚାହିଁଛନ୍ତି । କିନ୍ତୁ ସରଳ ଗୌରୀ ନାନି ଏହାକୁ ମନା କରି ଦେଇଛନ୍ତି । ମାତ୍ର ପଛରେ ପିଲା ଏବଂ ସ୍ୱାମୀଙ୍କ କଥାରେ ପଡି ରାଜନୀତି ମଇଦାନରେ ଯୋଗ ଦେଇଛନ୍ତି । ତେବେ ଜିତିବା ପରେ ବିଧାୟକ ତାଙ୍କ ପିଛା ଖର୍ଚ୍ଚ କରିଥିବା ଟଙ୍କା ମାଗିଛନ୍ତି । ଯାହାକି ତାଙ୍କ ପକ୍ଷରେ ସମ୍ଭବ ହୋଇନାହିଁ । ଏବଂ ସଚ୍ଚୋଟ ହୋଇଥିବାରୁ ଟଙ୍କା ଦେବାକୁ ମନା କରିଦେଇଛନ୍ତି । ଯାହାକି ବିଧାୟକଙ୍କ ମୁଣ୍ଡକୁ ପିତ ଚଢ଼ି ଯାଇଛି । ଏଣୁ ଜଣେ ସାଧାରଣ ପରିବାରକୁ ହଇରାଣ କରିବା ରାଜନେତାଙ୍କ ବାମ ହାତର ଖେଳ । ଏଣୁ ନାଟକରେ ଗୌରୀ ନାିଙ୍କ ପରିବାରର ବହୁତ ଅସୁବିଧା କରିଛନ୍ତି ବିଧାୟକ । ଏଭଳି ରହିଛି କାହାଣୀର ବିଷୟ ବସ୍ତୁ । ତେବେ ବହୁ ଦର୍ଶକଙ୍କ ଅନୁରୋଧ କ୍ରମେ ପୁନର୍ବାର ଏହି ନାଟକଟି ଆଜି ମଧ୍ୟ ପରିବେଶଣ ହେବ । ଏହି ନାଟକରେ ଗୌରୀ ନାନି ଭୂମିକାରେ ଅଭିନୟ କରିଛନ୍ତି ରଞ୍ଜି । ଏବଂ ତାଙ୍କ ସ୍ୱାମୀ ଭୂମିକାରେ ଅଛନ୍ତି କୁନା । ଏହି ନାଟକରେ ପ୍ରିୟ ଏବଂ ରୀନା ପଣ୍ଡା ମଧ୍ୟ ଅଭିନୟ କରିଛନ୍ତି ।
ରିପୋର୍ଟ; ଗୁଣନିଧି ବେହେରା