ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦୀର୍ଘ ୧୦ ଦିିନ ହେଲା ଭୁବନେଶ୍ୱର ଖଣ୍ଡଗିରିରେ ଦେଖିବାକୁ ମିଳିଥିଲା ଯାତ୍ରା କଳାକାରଙ୍କ ଭିଡ । ରାତି ହେଲେ ଛାତି ଥରାଇଲା ଭଳି ସଂଳାପରେ କମ୍ପୁଥିଲା ଖଣ୍ଡଗିରି ମେଳା । ତେବେ ଆଉ ଆସନ୍ତା କାଲି ଠାରୁ ଶୁଭିବନି ସେଇ ସଂଳାପ । ରାତି ପାହିଲେ ପୁଣି ନିରବି ଯିବ ଖଣ୍ଡଗିରି । ଆଜି ଶେଷ ରାତିରେ ସବୁ ଯାତ୍ରା ଅନୁଷ୍ଠାନ ତାଙ୍କ ଅନ୍ତିମ ରଜନୀ ନାଟକ ପରିବେଷଣ କରି ଏହି ଯାତ୍ରା ମହାକୁମ୍ଭରୁ ବିଦାୟ ନେବେ । ତେବେ ଆସନ୍ତୁ ଜାଣିବା କେଉଁ ଅନୁଷ୍ଠାନ କେଉଁ ନାଟକ ପରିବେଷଣ କରିଛନ୍ତି । ପ୍ରଥମେ ଫେବୃଆରୀ ୫ ତାରିଖରେ ୨ ଟି ଯାତ୍ରା ଦଳ ମୈଦାନକୁ ଓହ୍ଲାଇଥିଲେ । ଯାତ୍ରା ମୟାନଗରୀ ଓ ତୁଳସୀ ଗଣନାଟ୍ୟ । ପରେ ଅନ୍ୟ ଯାତ୍ରା ଦଳ ଗୁଡିକ ସାମିଲ ହୋଇଥିଲେ ।
ଯାତ୍ରା ମାୟାନଗରୀ – କଥା ଦିଅ ମତେ କରିବନି ପର
ତୁଳସୀ ଗଣନାଟ୍ୟ- ସାବିତ୍ରୀ କରୁଛି ସ୍ୱାମୀ ନିଲାମ
ସ୍ୱର୍ଣ୍ଣ ମହଲ – ସିନ୍ଦୂର ହାଟରେ ସିନ୍ଦୂର ନାହିଁ
ରାଜଧାନୀ ଅପେରା – ଲକ୍ଷେ ଶିବ ପୁଜି ପାଇଛି ମୁଁ ପୁଅ
ଅପେରା ସୂର୍ଯ୍ୟ ମନ୍ଦିର – ମାୟାବିନୀ ମୌସୁମୀ
ସ୍ୱପ୍ନ ମହଲ – ସିଆଇଡି ଦୟା
ରଙ୍ଗ ମହଲ – ମୁଁ ଭଦ୍ରିକିଆ ଟୋକା
କଳିଙ୍ଗ ଗଣନାଟ୍ୟ – ଶ୍ରାବଣ ମାସର ଶେଷ ରାତି
ଶିବାନୀ ଗଣନାଟ୍ୟ- ରଙ୍ଗ ଲଗେଇଛି ରଙ୍ଗ ନାଗରୀ
କୋଣାର୍କ ଗଣନାଟ୍ୟ- ଆଖି ଅବୁଝାକୁ ଲୁହ ଅବୁଝା
ଯାତ୍ରା ଇନ୍ଦ୍ର ଭୂବନ- ଭାଇ ଭଉଣୀର ନୂଆ କାହାଣୀ, ମାଣିକକୁ କିଏ ମାଇଲା ମାଡ
ଧଉଳି ଗଣନାଟ୍ୟ- ସେଦିନର କଥା ମନେ ଅଛି ନାଁ